ମଲ୍ଲିକାର୍ଜୁନ ଖଡ୍‌ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ… 

ବାସ୍ତବ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଗତ ୧୭ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି। ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଛନ୍ତି। ଦୀର୍ଘ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ତାଙ୍କୁ ମିଳିଛି ୭ ହଜାର ୮୯୭ ଭୋଟ୍। ସେହିପରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ମିଳିଛି ମାତ୍ର ୧୦୭୨ ଭୋଟ୍।

ଏହି ନିର୍ବାଚନରେ ପରାସ୍ତ ହୋଇଥିବା ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶଶୀ ଥରୁର ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ଶଶୀ ଲେଖିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ‌ ହେବା ବଡ଼ ସମ୍ମାନ ଓ ଗୁରୁ ଦାୟିତ୍ବ କଥା। ସେ କାର୍ଯ୍ୟ ତୁଲାଇବାରେ ଖ‌ଡ଼ଗେ ସଫଳ ହୁଅନ୍ତୁ। ହଜାରରୁ ଊର୍ଦ୍ଧ୍ବ ସହକର୍ମୀଙ୍କ ସମର୍ଥନ ପାଇଥିବାରୁ ଆନନ୍ଦିତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧନତ୍ରୟୋଦଶୀ ଦିନ କରନ୍ତୁ ଏହି ଗୋଟିଏ ଉପାୟ ,ଅକାଳ ମୃତ୍ୟୁ ଭୋଗିବାକୁ ପଡ଼ିବ ନାହିଁ...

Thu Oct 20 , 2022
ଡ଼.ନବକିଶୋର ମିଶ୍ର ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଦିୱାଲୀ ବା ଦୀପାବଳି ଅନ୍ୟତମ | ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ଦିୱାଲୀ ପାଳନ କରାଯାଏ।ଏହି ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତାରିଖ ୨୪ ଅକ୍ଟୋବରରେ | ଏଭଳି ପରିସ୍ଥିତିରେ ୨୪ ଅକ୍ଟୋବରରେ ଦୀପାବଳିର ପର୍ବ ପାଳନ କରାଯିବ | ବିଶ୍ୱାସ କରାଯାଏ ଯେ ଏହି ଦିନ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରିବା ଦ୍ୱାରା ଘରେ […]

You May Like

Pin It on Pinterest