
ବାସ୍ତବବ୍ୟୁରୋ:ଇଣ୍ଡୋନେସିଆର ଜାକର୍ତ୍ତା ଇସଲାମିକ୍ ସେଣ୍ଟର ଗ୍ରାଣ୍ଡ ମସଜିଦର ବିଶାଳ ଗମ୍ବୁଜରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
ଯାହା ଫଳରେ ଗମ୍ବୁଜ ଭୁଶୁଡି ପଡିଲା। ଗଲ୍ଫ ଟୁଡେ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ କୌଣସି ହତାହତ ହୋଇନାହାଁନ୍ତି। ଗମ୍ବୁଜର ନବୀକରଣ କାର୍ଯ୍ୟ ଚାଲିଥିବା ସମୟରେ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦଶଟି ଅଗ୍ନି ନିରାପାଟ ଗାଡି ବ୍ୟବହୃତ ହୋଇଥିଲା ।