ଓମିକ୍ରନ୍‌ର ନୂଆ ସବ୍ ଭାରିଏଣ୍ଟ ଆଣିପାରେ ଆଉ ଏକ ଲହର୍‌ : ‘ହୁ’ର ମୁଖ୍ୟ ବୈଜ୍ଞାନିକା ସୌମ୍ୟା ସ୍ବାମୀନାଥନ୍‌….

ବାସ୍ତବ ବ୍ୟୁରୋ: ଓମିକ୍ରନ୍‌ର ନୂଆ ସବ୍ ଭାରିଏଣ୍ଟ ‘ଏକ୍ସ୍‌ବିବି’ ଯୋଗୁଁ କେତେକ ଦେଶରେ ଆଉ ଏକ ସଂକ୍ରମଣ ଲହର୍‌ ଦେଖା ଦେଇପାରେ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବୈଜ୍ଞାନିକା ଡକ୍ଟର୍‌ ସୌମ୍ୟା ସ୍ବାମୀନାଥନ୍‌ କହିଛନ୍ତି ।

ସ୍ବାମୀନାଥନ୍‌ କହିଛନ୍ତି, “ଓମିକ୍ରନ୍‌ର ୩୦୦ ସବ୍ ଭାରିଏଣ୍ଟ ଅଛି। ମୋର ମନେହୁଏ ସମ୍ପ୍ରତି ବାହାରି ଥିବା ‘ଏକ୍ସ୍‌ବିବି’ ହେଉଛି ଗୋଟାଏ ପୁନଃମିଶ୍ରିତ ଭୂତାଣୁ। ଆଗରୁ ମଧ୍ୟ ଆମେ କେତେଗୁଡ଼ିଏ ପୁନଃମିଶ୍ରିତ ଭୂତାଣୁ ଦେଖିଛନ୍ତି। ଏହା ରୋଗନିବାରଣ କ୍ଷମତା ହାବୁଡ଼ରୁ ଖସିଯାଏ। ଅର୍ଥାତ୍‌ ରୋଗନିବାରଣ କ୍ଷମତାକୁ ଏହା ପରାସ୍ତ କରିପାରେ। ତେଣୁ, ‘ଏକ୍ସବିବି’ ଯୋଗୁଁ ଆମେ କେତେକ ଦେଶରେ ସଂକ୍ରମଣର ଆଉ ଏକ ସାମାନ୍ୟ ଲହର୍‌ ଦେଖି ପାରନ୍ତି ।”

ଭୂତାଣୁର ଏହି ପ୍ରକାର ଇମ୍ୟୁନେ ସିଷ୍ଟମରୁ ବର୍ତ୍ତିବାର କ୍ଷମତା ରଖୁଛି। ଏହାର ଅର୍ଥ ହେଉଛି ଏହି ସଂକ୍ରମଣ ଉପରେ ଆଣ୍ଟିବଡିର ମଧ୍ୟ କୌଣସି ଅସର ପଡୁ ନାହିଁ ବୋଲି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ କହିଛନ୍ତି। ଏଣୁ ଧିରେ ଧିରେ ଏକ୍ସବିବି ଯୋଗୁ କିଛି ଦେଶରେ ସଂକ୍ରମଣର ନୂଆ ଲହର ଆସିପାରେ ବୋଲି ବୈଜ୍ଞାନିକ କହିଛନ୍ତି। 

ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି ଯେ, ଅଧିକ ସଂକ୍ରମଣଶୀଳ ଓ ରୋଗନିବାରଣ କ୍ଷମତା ଏଡ଼ାଉଥିବା ‘ବିଏ.୫’ ଏବଂ ‘ବିଏ.୧‘ର ସବ୍ ଭାରିଏଣ୍ଟ ଭୂତାଣୁ ଉପରେ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନଜର ରଖିଛି। ବିବର୍ତ୍ତନ ‌ଘଟିବା ସଙ୍ଗେ ସଙ୍ଗେ ଉକ୍ତ ଭୂତାଣୁର ଅଧିକ ସଂକ୍ରମଣଶୀଳ ହୋଇଥାଏ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାବଧାନ ଭୁବନେଶ୍ବର: ରାତି ୮ରୁ ୧୦ଫୁଟିବ ବାଣ, ନିୟମ ନ ମାନିଲେ ଗଣିବେ ଫାଇନ୍

Fri Oct 21 , 2022
ବାସ୍ତବ ବ୍ୟୁରୋ: ଏଥର ଧୁମଧାମରେ ପାଳନ ହେବ ଦୀପାବଳି । ବେପାରୀମାନେ ମଧ୍ୟ ବାଣ ବିକ୍ରି କରି କିଛି ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି । ଏହି ସମୟରେ କମିସନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । କମିସନରେଟ ପୁଲିସ ପକ୍ଷରୁ ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ଦୀପାବଳି ଦିନ ମାତ୍ର ୨ ଘଂଟା ବାଣ ଫୁଟାଇବାକୁ […]

You May Like

Pin It on Pinterest