ସୋହେଲା ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ନବୀନ ଦାଶ(ବରଗଡ): ପ୍ରଜ୍ଞାନ ମିଶନ୍ ପକ୍ଷରୁ ୨୨ ଅକ୍ଟୋବର, ଶନିବାର ଦିନ ସୋହେଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୀତା ସୁଗୀତା କର୍ତ୍ତବ୍ଯା ଶୀର୍ଷକ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଯଶୋଦା ଦାଶ, ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ, ସଂସ୍କୃତ ଶିକ୍ଷକ ସୁବ୍ରତ ପଣ୍ଡା ଓ ଗୀତାନୁରାଗୀ ଅଗସ୍ତି ଭୋଇ ଅତିଥି ଭାବରେ ଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।

ପ୍ରତିଯୋଗିତା ପୂର୍ବରୁ ଜିଲ୍ଲା ସଂଯୋଜକ ରାଜବଲ୍ଲଭ ପଣ୍ଡା ଗୀତା ଧ୍ଯାନ ପାଠ କରି ଗୀତା ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ। ‘କ’ ବିଭାଗରେ ସୂର୍ଯ୍ଯାଂଶ ପ୍ରଭାବ ମିଶ୍ର, ତେଜସ୍ବିନୀ ଦ୍ବାରୀ, ଦିବ୍ଯାଂଶୀ ସାହୁ ବିପ୍ଲବ ଦିଶ୍ରି, ଦେବାଶିଷ ସାହା, ସାହିଲ୍ ପଧାନ; ‘ଖ’ ବିଭାଗରେ ପ୍ରିୟଙ୍କା ଦେବତା, ଲିଲିପ୍ତା ସାହୁ, ବର୍ଷା ପଧାନ, ଗାୟତ୍ରୀ ପଧାନ, ଆଦ୍ଯାଶା ସାହୁ, ହେମଲତା ନାୟକ; ‘ଗ’ ବିଭାଗରେ ମାନସୀ ସାହୁ, ଋତୁପର୍ଣ୍ଣା ନାୟକ, ମନିଶା ସାହୁ, ଖୁସୀ ପଧାନ, ପ୍ରଶାନ୍ତ ମିଶ୍ର, ପ୍ରିୟାଂଶୀ ବେହେରା, ଟ୍ବିଙ୍କିଲ୍ ଭୋଇ, ନୁପୁର ବେହେରା, ମିଶ୍ରିତା ନାୟକ ବରଗଡ଼ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି।

ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗିତାମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଲିଖିତ ଗୀତା ପ୍ରସାଦ ପୁସ୍ତକ ପ୍ରଦାନ କରାଯାଇଥିଲା। ଅଯୋଧ୍ୟାର ଗୋବିନ୍ଦ ଗିରି ମହାରାଜଙ୍କ ଅନୁଗାମୀ ସ୍ଥାନୀୟ ଗୀତାପ୍ରେମୀବୃନ୍ଦ ପ୍ରତିଯୋଗିତାରେ ଉପସ୍ଥିତ ରହି ସମସ୍ତଙ୍କୁ ଗୀତାସାର ପୁସ୍ତକ ମଧ୍ୟ ଉପହାର ଦେଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଘନଶ୍ୟାମ ପଣ୍ଡା, ପ୍ରତାପ ପ୍ରଧାନ, ଜୟପ୍ରକାଶ ଦାସ ପ୍ରଭୃତି ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ। ପରିଶେଷରେ ଜିଲ୍ଲା ସଂଯୋଜକ ଧନ୍ୟବାଦ ଜ୍ଞାପନ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରୋଜଗାର ମେଳା ଉଦଘାଟନ କଲେ ମୋଦି,୭୫ ହଜାର ଯୁବକଙ୍କୁ ଦେଲେ ନିଯୁକ୍ତି ପତ୍ର.....

Sat Oct 22 , 2022
ବାସ୍ତବ ବ୍ୟୁରୋ : ଆରମ୍ଭ ହେଲା ରୋଜଗାର ମେଳା । ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ରୋଜଗାର ମେଳା ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବା ପାଇଁ ’ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବଛାଯାଇଥିବା ୭୫,୨୨୬ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଯୁବକମାନଙ୍କ ଉର୍ଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପାଇଁ ସବୁଠାରୁ […]

You May Like

Pin It on Pinterest