ନାଟୁଆ’ ବଞ୍ଚାଅ ଅଭିଯାନରେ ପ୍ରଜ୍ଞା-ଶଙ୍କର ଯୋଡି: ଏହି ଅଭିଯାନରେ ସାମିଲ ହୁଅନ୍ତୁ ଟିକେଟ କରି ଦେଖନ୍ତୁ ବ୍ୟଙ୍ଗ ନାଟକ ‘ବନମାଳୀର ଘର’…

ଭୁବନେଶ୍ୱର : ଆସନ୍ତା ୨୬ରେ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହେବ ହାସ୍ୟ ରସାତ୍ମକ ନାଟକ ‘ବନମାଳୀର ଘର’ । ମ୍ୟାଜିକ୍‌ ଥିଏଟର ଦ୍ୱାରା ପ୍ରସ୍ତୁତ ଏହି ନାଟକର ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ଼ କମେଡ଼ି ଯୋଡ଼ି ପ୍ରଜ୍ଞା ଓ ଶଙ୍କର । ଏହିି ନାଟକଟିରେ ଭାଇ ଭାଇ ଭିତରେ ହେଉଥିବା ଫାଟକୁ ନିଚ୍ଛକ ଭାବରେ ବର୍ଣ୍ଣନା କରାଯାଇଛି ।

ବର୍ତ୍ତମାନ ଭାଇ ଭାଇଙ୍କ ଭିତରେ ଅର୍ଥ, ଜମି ଓ ଘରକୁ ନେଇ ତିକ୍ତତା ଦେଖାଯାଉଛି । ବାହାରୁ ଆସିଥିବା ଭାଇ ଓ ଘରେ ରହୁଥିବା ଭାଇମାନଙ୍କ ଭିତରେ ଟଙ୍କା ପଇସାର କଥାକୁ ନେଇ ଝଗଡା ହେଉଛି । ସେଥିପାଇଁ ଜମି ଓ ଘରକୁ କିପରି ଭାଗ କରାଯାଉଛି, ତାହା ନାଟକରେ ଚିତ୍ରଣ କରାଯାଇଛି ।

ଏହି ନାଟକରେ ଦର୍ଶାଯାଇଛି ଯେ, କଳି ଯଦି କରିବ ସଙ୍ଗେ ଥିବ ଭାଈ, କ୍ଷୀର ଯଦି ଖାଇବ ଘରେ ଥିବ ଗାଈ । କିନ୍ତୁ ଏହା କୌଣସି ପରିବାରରେ ଦେଖାଯାଉନାହିଁ । ଏହି ନାଟକର ମୂଳ ଲକ୍ଷ୍ୟ ହେଉଛି ‘ଏକତାର ବଳ’ ।

ନାଟକଟିରେ ସମାଜକୁ ବାର୍ତା ଦେଲା ଭଳି ଅନେକ କଥା ରହିଛି । ଏହି ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଜ୍ଞା ରଂଜନ ଖଟୁଆ । ଏହି ନାଟକରେ ସୁଦକ୍ଷ କଳାକାର ନବୀନ କୁମାର ପରିଡା ଓ ସୁକେଶ କୁମାର ପଣ୍ଡା, ଶଙ୍କର, ସୁଶାନ୍ତ, ଗୁଣ୍ଡ, କ୍ରିସ୍‌ ଦିପ୍ତି କ୍ରିଷ୍ଣା, ପ୍ରକାଶ, ସ୍ୱରୂପ ରହିଛନ୍ତି ଓ ନାରୀ ଚରିତ୍ରରେ ରହିଛନ୍ତି ସୁନନ୍ଦା ପରିଡା, ତନୁଶ୍ରୀ, ଅନୁ ଓ ଝୁମା । ଏମାନଙ୍କ ସହିତ ନାଟକରେ ‘ସାଇ’ ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି ।

ଆଲୋକ ଦାୟିତ୍ୱରେ ନଳିନୀ ନିହାର ନାୟକ ଥିବାବେଳେ ମଂଚ ଦାୟିତ୍ୱରେ ରହିଛିନ୍ତି ପ୍ରଜ୍ଞାଦତ ସାହୁ ଓ ମ୍ୟୁଜିକ୍‌ ଦାୟିତ୍ୱରେ କୈଳାଶ ସେନାପତି ରହିଛନ୍ତି । ଏହି ନାଟକ ପାଇଁ ବାଲକୋନି ଟିକେଟର ମୂଲ୍ୟ ୨୦୦ ଟଙ୍କା ରହିଥିବାବେଳେ ଗ୍ରାଉଣ୍ଡ ଫ୍ଲୋର ପାଇଁ ୩୦୦ ଟଙ୍କା ରହିଛି ।

ନାଟକ କେବଳ ସାମାଜିକ ବାର୍ତ୍ତାବହ ହୋଇ ରହି ନ’ଯାଉ, କଳା ଓ କଳାକାରଙ୍କ ପ୍ରତି ସରକାରଙ୍କ ଉଦାସୀନତା ପାଇଁ ବହୁ ବଣ ମଲ୍ଲୀ ବଣରେ ଫୁଟି ମଉଳି ଯାଉଛି ।ଖାଲି ନାଟକ ନୁହେଁ ପ୍ରତ୍ୟେକ କଳାକାର ଜୀବନ ଜୀବିକା ପାଇଁ ସଂଘର୍ଷ କରିଚାଲିଛନ୍ତି।ଏହି ଘଡିସନ୍ଧି ସମୟରେ ଏପରି ପ୍ରୟାସ ଫଳପ୍ରଦ ହୋଇ ଅନ୍ୟ ମାନଙ୍କ ପାଇଁ ପଥ ପ୍ରଦର୍ଶକ ହେବବୋଲି ଆଶା କରାଯାଏ। ନାଟକ ଓ ନାଟୁଆ ମାନଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ନିଶ୍ଚିୟ ଆସିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧୁମଧାମରେ ପାଳନ ହେଉଛି ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୂଜା...

Mon Oct 24 , 2022
ବାସ୍ତବବ୍ୟୁରୋ(ଭଦ୍ରକ) ୨୪/୧୦: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଧୁମଧାମରେ ପାଳନ ହେଉଛି କାଳୀପୂଜା । ଆଜି ମା’ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ, ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ,ମନ୍ଦିରରେ ନାହିଁ ନଥିବା ଗହଳି ପରିଲକ୍ଷିତ ହେଉଛି । ପରମ ବୈଷ୍ଣବୀ ମା’ […]

You May Like

Pin It on Pinterest