ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ଅନୁଷ୍ଠିତ…

ନବୀନ ଦାଶ(ବରଗଡ): ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ଆଜାଦୀ କପ ଲିଗ ମେଚ ଫାଇନାଲ ତଥା ଅନ୍ତିମ ଦିବସ ରେ ବହଲପାଲି ଏକାଦଶ ଓ ଜାମଡୋଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହଲପାଲି ଏକାଦଶ ୧/୦ ଗୋଲ ରେ ବିଜୟୀ ହୋଇଥିଲେ ।ରେଫରୀ ଭାବେ ଶିବାନନ୍ଦ ଦାଶ, ପଂଚାନନ ପାତ୍ର ଓ ଅଶ୍ଵିନି ମେହେର ଖେଳ ପରିଚାଳନା କରିଥିଲେ।

ଫୁଟବଲ ମହୋତ୍ସବ ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଡିଶା ବିଧାନ ସଭାର ବିରୋଧି ଦଳର ନେତା ଜୟ ନାରାୟଣ ମିଶ୍ର, ବିକାଶ ସ୍କୁଲ ଓ ବିକାଶ ମଲ୍ଟି ସ୍ପେଶାଲ ହସ୍ପିଟାଲ ର ପ୍ରତିଷ୍ଠାତା ଡି ମୂରଲୀ କ୍ରିଷ୍ଣା, ଛତିଶଗଡ ର ସି ଇ ଆର ଓ ପୁରନ୍ଦର ମିଶ୍ର, ଛତିଶଗଡ ବୈଷ୍ଣବ ମଂଦିର ପ୍ରତିଷ୍ଠାତା ଗୁରୁଜୀ ସଦନ ତିୱାରୀ ଯୋଗ ଦେଇଥିଲେ।

ପ୍ରଥମେ ଅତିଥି ମାନେ ମାଁ ସମଲେଶ୍ଵରୀ ଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ରେମଣ୍ଡା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ୧୪ ଜଣ ଦାୟାଦ ମାନଙ୍କୁ ପୁଷ୍ପମାଲ୍ଯ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ଓ ଏହି ସମୟରେ ବରିଷ୍ଠ ସାମ୍ବାଦିକ ଭବାନୀଶଂକର ପାଢୀ କୁଂ ମୁଖ୍ୟ ଅତିଥି ପୁଷ୍ପମାଲ୍ଯ ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ଏହାପରେ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନେ ଓ ଫୁଟବଲ ମହୋତ୍ସବ ର ଆଯୋଜକ କମିଟି ପକ୍ଷରୁ ଖେଲାଳି ମାନକଂ ସହିତ ପରିଚୟ ପ୍ରଦାନ କରାଯାଇଥିଲା।

ଫୁଟବଲ ମହୋତ୍ସବ ର ଉଦଯାପନୀ ଉତ୍ସବରେ ଡି ମୂରଲୀ କ୍ରିଷ୍ଣା, କୁଶ କୁମ୍ଭାର, ଗୋବିନ୍ଦ ନାଗ, ଉର୍କୁଲୁ ତାଣ୍ଡି ଓ ଫୁଟବଲ ମହୋତ୍ସବ ର ସଭାପତି ରାଧାକାନ୍ତ ଭୋଇ ଓ ଉପସଭାପତି ଗୋପାଲ ସେଟ ଯୋଗ ଦେଇଥିଲେ ଓ ପୁରସ୍କାର ବିତରଣ କରିଥିଲେ। ମହୋତ୍ସବ ର ଶ୍ରେଷ୍ଠ ଶରତ ମଲ୍ଲିକ, ଶ୍ରେଷ୍ଠ ଗୋଲ୍ ରକ୍ଷକ ସୁବତ୍ର ମହାରଣା, ଶ୍ରେଷ୍ଠ ଶୃଙ୍ଖଳା ଦଳ ମର୍ହାପାଲି, ଆଜି ର ଶ୍ରେଷ୍ଠ ଖେଳାଳି ଆକାଶ ଦେ। ଧାରାବିବରଣୀ ପ୍ରଦାନ କରିଥିଲେ ସଞ୍ଜୟ କୁମାର ନନ୍ଦ ଓ ପୁର୍ବତନ କ୍ରୀଡା ଶିକ୍ଷକ ପର୍ଶୁରାମ ପାତ୍ର।

ଫୁଟବଲ ମହୋତ୍ସବ ଖେଳ ପରିଚାଳନା ରେ ଶିବ ପ୍ରସାଦ ଖମାରୀ, ଶୁସାନ୍ତ ସାହୁ, ସରୋଜ ଖମାରି, ଯୋଗେଶ୍ଵର ସାହୁ, ଯଶୋବନ୍ତ ସେଟ, ବିପିନ ଭୋଇ, ଗଂଗାଧର ମେହେର, ଜଗମୋହନ ସେଠ ପ୍ରମୁଖ ଉପସ୍ଥିତ ସହଯୋଗ କରିଥିଲେ। ଏହି ସମୟରେ ରେମଣ୍ଡା ଚିରସବୁଜ ସାଂସ୍କୃତିକ ସଂସଦ ଓ ଏଥେଲେଟିକ ଏସୋସିଏସନ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ ହାତ ବଢାଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଋଷି ସୁନକ...

Mon Oct 24 , 2022
ବାସ୍ତବ ବ୍ୟୁରୋ: ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ନିର୍ବାଚନରେ ସୁନକ ବିଜୟୀ ହୋଇଥିବା କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟ୍ ପଛରେ ପକାଇ ଋଷି ସୁନକ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା । ଅକ୍ଟୋବର ୨୮ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସୁନକ ବ୍ରିଟେନ୍‌ରେ ପଞ୍ଚମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ। […]

You May Like

Pin It on Pinterest