
ମନୋଜ ମହାନ୍ତି(ଭୁବନେଶ୍ବର): ଚଳିତ ବର୍ଷ ୨୦୨୨ ପାଇଁ FAP ( ଫେଡେରେଶନ୍ ଅଫ ପ୍ରାଇଭେଟ୍ ସ୍କୁଲ ଆଣ୍ଡ ଆସୋସିଏସନ୍ ଅଫ ପଞ୍ଜାବ) ତରଫରୁ ଭୁବନେଶ୍ୱର ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟର୍ ନ୍ୟାସନାଲ ସ୍କୁଲକୁ ‘ବେଷ୍ଟ ସ୍କୁଲ ଆୱାର୍ଡ଼’ – ୨୦୨୨ (ଇନ୍ଫ୍ରାଷ୍ଟ୍ରକଚର୍ କାଟାଗୋରୀ) ପ୍ରଦାନ କରାଯାଇଅଛି ।ଏଥିସହ ବିଦ୍ୟାଳୟର ଅଧ୍ୟକ୍ଷ ଡ.ସ୍ୱରୂପା ନନ୍ଦ ମିଶ୍ରଙ୍କୁ ନିଜର କର୍ମ, କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତମ ପରିଚାଳନା ପାଇଁ ଡାଇନାମିକ୍ ପ୍ରିନ୍ସିପାଲ୍ ଆୱାର୍ଡ -୨୦୨୨ ପୁରସ୍କାର ରେ ଅଳଙ୍କୃତ କରାଯାଇଛି ।
ଏହି କାର୍ଯ୍ୟକ୍ରମଟି ଚଣ୍ଡୀଗଡ଼ ୟୁନିଭରସିଟି ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଚଣ୍ଡୀଗଡ଼ର ରାଜ୍ୟପାଳ ମହାମହିମ ଶ୍ରୀ ବନୱାରୀଲାଲ ପୁରୋହିତ ମୁଖ୍ୟ ଅଥିଥି ଭାବରେ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ , ଏହି ଉତ୍ସବ ରେ ପଞ୍ଜାବ ବିଧାନସଭା ର ବାଚସ୍ପତି ଏସ. କୁଲତାର ସିଂ ସନ୍ଧୱାନ,ସମ୍ମାନନିୟ ଅଥିତି ଭାବରେ ଉପସ୍ଥିତ ଥିଲେ l FAP ର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିମାନେ ଏହି ପରିପ୍ରେକ୍ଷୀରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ଏହି ଖବର ପ୍ରଚାର ହେବାପରେ ଶ୍ରୀକ୍ରିଷ୍ଣା ସ୍କୁଲ ପରିବାର ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଅଛି । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ପବିତ୍ର ରାଉତରାଏ ବିଦ୍ୟାଳୟର ଅଧ୍ୟକ୍ଷ ଓ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଦେବା ସହିତ ବିଦ୍ୟାଳୟ ର ଉତ୍ତୋରତର ଉନ୍ନତି କାମନା କରିଥିଲେ ଏବଂ ଅଧ୍ୟକ୍ଷଙ୍କ ପରିଚାଳନାକୁ ଭୂରି ପ୍ରଶଂସା କରିଥିଲେ ।
ବିଭିନ୍ନ କୋଣ ଅନୁକୋଣ, ଅଭିଭାବକ ମହଲ, ବିଦ୍ୟାଳୟ ସଂଗଠନ ତରଫରୁ ଅଧ୍ୟକ୍ଷ ଡ଼ଃ ମିଶ୍ରଙ୍କୁ ଅଭିନନ୍ଦନର ସୁଅ ଛୁଟିଚାଲିଛି।ଏଥି ସହିତ ବିଦ୍ୟାଳୟର ଗାରିମା ଚାରିଆଡ଼େ ପ୍ରଚାର ଓ ପ୍ରସାର ହୋଇପାରିଛି ।