ସାରା ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ହ୍ରାସ , ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ…

ବାସ୍ତବବ୍ୟୁରୋ:ଦୀପାବଳି ପରେ ମାହାଙ୍ଗାଇରୁ ମୁକ୍ତି ପାଇବା ଖବର ଆସିଛି। ସାରା ଦେଶରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଦିଲ୍ଲୀର ଇଣ୍ଡେନ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ନଭେମ୍ବର ୧ (ମଙ୍ଗଳବାର) ରୁ ୧୧୫.୫ ଟଙ୍କା ହ୍ରାସ କରାଯାଇଛି। ସେହିପରି କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା ଏବଂ ଚେନ୍ନାଇରେ ୧୧୬.୫ ଟଙ୍କା ହ୍ରାସ କରାଯାଇଛି। ଏହାପୂର୍ବରୁ ଅକ୍ଟୋବର ୧ ରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ହ୍ରାସ କରାଯାଇଥିଲା। ତେବେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ମୂଲ୍ୟରେ ଉପଲବ୍ଧ ହେବ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋର୍ବିରେ ଘଟିଥିବା ଝୁଲା ପୋଲ ଦୁର୍ଘଟଣାସ୍ଥଳକୁ ଆଜି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Tue Nov 1 , 2022
ବାସ୍ତବବ୍ୟୁରୋ:ଗୁଜରାଟ ମୋର୍ବିରେ ଘଟିଥିବା ଝୁଲା ପୋଲ ଟ୍ରାଜେଡ଼ି ପରେ ଆଜି ଘଟଣାସ୍ଥଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପ୍ରଚାର ପାଇଁ ତିନିଦିନିଆ ଗୁଜୁରାଟ ଗସ୍ତରେ ଥିବା ମୋଦି ଗତକାଲି ବ୍ରିଜ୍ ଟ୍ରାଜେଡିର ସମୀକ୍ଷା କରିଥିଲେ। ତେବେ ଆଜି ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ। ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଆହତମାନଙ୍କୁ ଭେଟିବେ। ଏହାପୂର୍ବରୁ ଗତକାଲି ଗାନ୍ଧିନଗର ରାଜଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ […]

You May Like

Pin It on Pinterest