ବିଳମ୍ବିତ ରାତିରେ ଦିଲ୍ଲୀ-ଏନସିଆରରେ ଭୂକମ୍ପରେ ପ୍ରବଳ କମ୍ପନ: ନେପାଳର ଭୂକମ୍ପ, ୬ ଜଣଙ୍କର ମୃତ୍ୟୁ…

ବାସ୍ତବବ୍ୟୁରୋ:ବିଳମ୍ବିତ ରାତିରେ ପଡୋଶୀ ଦେଶ ନେପାଳରେ ୬ .୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଯାହାର କମ୍ପନ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଦିଲ୍ଲୀ ବ୍ୟତୀତ ଲକ୍ଷ୍ନୌ,ନୋଏଡା, ଗାଜିଆବାଦରେ ମଧ୍ୟ ଭୂକଂପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ନଭେମ୍ବର ୯ ରେ ରାତି୧ .୫୭ ସମୟରେ ଏହି ଭୂକମ୍ପ ଘଟିଥିଲା। ଯାହାର ଗଭୀରତା ଭୂମିଠାରୁ୧୦ କିଲୋମିଟର ତଳେ ଥିଲା |ଏହି ଭୂକମ୍ପ କେନ୍ଦ୍ର ନେପାଳର ମଣିପୁରର ଉତ୍ତରାଖଣ୍ଡର ପିଥୋରାଗଡର ୯୦କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଥିଲା।

Nepal earthquake today

ନେପାଳର ଦୋଟିରେ ୬ ଜଣଙ୍କର ମୃତ୍ୟୁ
ଏହା ପରେ ନେପାଳରେ ଅପରାହ୍ନ ୩.୧୫ ରେ ପୁଣି ଏକ ଭୂକମ୍ପ ରେକର୍ଡ କରାଯାଇଥିଲା, ଯାହାର ମାପ ୩.୬ ଥିଲା। ନେପାଳ ପୋଲିସର ସୂଚନାନୁସାରେ, ଅପରାହ୍ନ ୨ ଟାରେ ହୋଇଥିବା ଭୂକମ୍ପ ଯୋଗୁଁ ନେପାଳର ଦୋଟି ଜିଲ୍ଲାରେ ଏକ ଘର ଭୁଶୁଡ଼ିବା ପରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ନେପାଳର ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଦୂର-ପଶ୍ଚିମ ଅଞ୍ଚଳରେ ତିନୋଟି ଭୂକମ୍ପରେ କମ୍ପନ ରେକର୍ଡ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତର ନୂତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ...

Wed Nov 9 , 2022
ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ଭାରତର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି । ମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ କିରେନ୍‌ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍‌, […]

You May Like

Pin It on Pinterest