ହେତୁବାଦୀ ସଂଗଠନ ମୂଖ୍ୟ ଙ୍କ ବିରୁଦ୍ଧରେ କଟକ ମର୍କତନଗର ଥାନା ରେ ଏତାଲା…

ସଂଜୟ ଶତପଥୀ(କଟକ): :ଆଜି ୧୩/୧୧/୨୦୨୨ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହେତୁବାଦୀ ସଂଗଠନ ର ମୁଖ୍ୟ ବି.ରାମଚନ୍ଦ୍ର.ଭୋଲଟାୟାର ଗଣମାଧ୍ୟମରେ ଦେଇଥିବା ହିନ୍ଦୁଧର୍ମର ପବିତ୍ର ପୁରାଣ ରାମାୟଣ ର ବିଶିଷ୍ଟ ଚରିତ୍ର,ଭାତୃଭକ୍ତ ଲକ୍ଷ୍ମଣଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଏତଲା ଦିଆଯାଇଈ।

ଏହି ଏତଲା ଦାଏର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୀନବନ୍ଧୁ ସିଂ ଙ୍କ ଆହ୍ୱାନକ୍ରମେ ଦଳର କଟକ ଜିଲ୍ଲା ସଭାପତି ଶ୍ରୀ ଓ୍ବାଇ.ନରେଶ, କଟକ ନଗର ସମ୍ପାଦକ ଶ୍ରୀ ଦିବ୍ୟଜ୍ୟୋତି ବାରିକ, ସଦସ୍ୟ ଶ୍ରୀ କଳ୍ପତରୁ ପତି, ଶ୍ରୀ ପ୍ରମୋଦ ବାରିକ ଓ ଶ୍ରୀ ଲିଙ୍ଗରାଜ ପ୍ରଧାନଙ୍କ ସହ ବହୁ କର୍ମୀ ଯୋଗଦେଇଥିଲେ। ପ୍ରଶ୍ନର ଉତ୍ତରରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସିଂ ଯଦି ରାଜ୍ୟ ସରକାର ତଥା ରାଜ୍ୟ ପୋଲିସ୍ ପ୍ରଶାସନ ଶ୍ରେଷ୍ଠ ଧର୍ମ ହିନ୍ଦୁଧର୍ମର ଅପପ୍ରଚାର, ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅଶାଳୀନ ଓ ଅପମାନସୂଚକ ମନ୍ତବ୍ୟ ଦେଇଥିବା ବି.ରାମଚନ୍ଦ୍ର ଭୋଲଟାୟାରଙ୍କୁ ୭ ଦିନ ମଧ୍ୟରେ ଗିରଫ ନ କରନ୍ତି ବା ତାଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ଅନଶନ କରିବ।

ହିନ୍ଦୁ ରାଷ୍ଟ୍ରରେ ହିନ୍ଦୁଧର୍ମର ପରମ୍ପରା ଓ ଦେବାଦେବୀଙ୍କୁ ଅପମାନ କରିବା ସାରା ହିନ୍ଦୁ ଧର୍ମକୁ ଅପମାନ। ସାଢ଼େ ଚାରିକୋଟି ଓଡ଼ିଆ ଙ୍କୁ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସାନଭାଇ ଭାତୃଭକ୍ତ ପ୍ରଭୁ ଶ୍ରୀ ଲକ୍ଷ୍ମଣଙ୍କୁ ଇଂରାଜୀ ଭାଷାରେ ଅପମାନଜନକ ଟୀପ୍ପଣୀ ଦେବା ଲାଗି ଶ୍ରୀ ଭୋଲଟାୟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଓଡ଼ିଶା ସରକାରଙ୍କୁ ଦଳ ପକ୍ଷରୁ ନିବେଦନ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୀଷଣ ବର୍ଷାରେ ବେହାଲ ତାମିଲନାଡ଼ୁ....

Sun Nov 13 , 2022
ବାସ୍ତବ ବ୍ୟୁରୋ : ଭୀଷଣ ବର୍ଷାରେ ବେହାଲ ତାମିଲନାଡ଼ୁ । ତାମିଲନାଡ଼ୁରେ ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ଅଧିକାଂଶ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇ ଓ କୋଏମ୍ବାଟୁରରେ ପ୍ରବଳ ବର୍ଷା ଯୋଗୁ ସହର ଜଳାର୍ଣ୍ଣବ ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାଇଗାଇ ଡ୍ୟାମ୍ ବନ୍ୟା ଜଳ ଛାଡ଼ିବା […]

You May Like

Pin It on Pinterest