ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା ଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି- ପ୍ରଧାନମନ୍ତ୍ରୀ

ବାସ୍ତବ ବ୍ୟୁରୋ : ଇଣ୍ଡୋନେସିଆର ବାଲି ଠାରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ଅବସରରେ ମୋଦୀ କହିଛନ୍ତି, “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ଦେଖି ନିଶ୍ଚିତ ଖୁସି ହେଉଥିବେ ।

କଟକରେ ଚାଲିଥିବା ବାଲିଯାତ୍ରା ମହୋତ୍ସବ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ହଜାର ହଜାର ବର୍ଷର ବାଣିଜ୍ୟିକ ସଂପର୍କର ଏକ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । କୋଭିଡ୍ ମହାମାରୀ ଯୋଗୁଁ ଗତ ୨ ବର୍ଷ ଏହା ବନ୍ଦ ହୋଇଯାଇଥିଲା, କିନ୍ତୁ ଏଥର ବାଲିଯାତ୍ରା ମହୋତ୍ସବ ଆଡ଼ମ୍ବରରେ ପାଳନ ହେଉଛି ଓ ଲକ୍ଷ ଲକ୍ଷ ଲୋକ ଯୋଗ ଦେଉଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସାଂସ୍କୃତିକ ସଂପର୍କ ରହିଛି । କଠିନ ସମୟରେ ଭାରତ ଇଣ୍ଡୋନେସିଆ ପଛରେ ଛିଡ଼ା ହୋଇଛି । ଭାରତରେ ଏବେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବାବେଳେ ଭାରତ ଇଣ୍ଡୋନେସିଆର ସମୃଦ୍ଧ ରାମାୟଣ ସଂସ୍କୃତିକୁ ମନେ ପକାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯଦି ବିଶ୍ୱ ବିକାଶ କରିବା ଚାହୁଁଛି,ତେବେ ଭାରତକୁ ମଧ୍ୟ ସାଙ୍ଗରେ ନେବାକୁ ପଡ଼ିବ - ପ୍ରଧାନମନ୍ତ୍ରୀ...

Wed Nov 16 , 2022
ବାସ୍ତବବ୍ୟୁରୋ:ବାଲିରେ ଜି -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନିଜେ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ପରେ ଏକାଠି ହସିଲେ, ଏହା ଭାରତର ମହତ୍ତ୍ୱ ଦର୍ଶାଏ | କେବଳ ଏତିକି ନୁହେଁ, ଯେତେବେଳେ ମୋଦୀ କହିଥିଲେ ସେତେବେଳେ ସେ ବିକାଶଶୀଳ ଲୋକଙ୍କ ଅହଂକାର ଦୂର କରିଥିଲେ। ସେ କହିଛନ୍ତି- ଯଦି ବିଶ୍ଵ ର ବିକାଶ […]

You May Like

Pin It on Pinterest