ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲ୍ଲା ମାନ୍ୟତା ମିବାର ପ୍ରତିଶୃତି….

ପ୍ରମୋଦ ନାୟକ(ଭୁବନେଶ୍ବର): ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ ।

ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ନବୀନ ନିବାସରୁ ବାହାରି କମିଟିର ସଦସ୍ୟମାନେ ଆଲୋଚନା ସଫଳ ହୋଇଥିବା ସୂଚନା ଦେଇଛନ୍ତି। ହେଲେ ଏ ସମ୍ପର୍କରେ ଇସ୍ତାହାରରେ ଉଲ୍ଲେଖ ହେବା ପରେ ହିଁ ପଦ୍ମପୁରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ପଦ୍ମପୁର ଉପନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ବିଜେଡିର ମୁଖିଆ ହିସାବରେ ଅଞ୍ଚଳବାସୀଙ୍କୁ ମିଳିଛି ଏହି ପ୍ରତିଶ୍ରୁତି। ଏହି ଖବର ପ୍ରଚାରିତ ହେବା ପରେ ପଦ୍ମପୁରବାସୀ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାର ଆଶା ପୁରଣ ହେବ ନା ନିର୍ବାଚନବାଣ ସମୟକହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତୀୟ ଶିଶୁରୋଗ ବିଶେଷଜ୍ଞଙ୍କୁ,୨୦୨୩ ଭିକ୍ଟୋରିଆନ୍ ଅଷ୍ଟ୍ରେଲିୟ ଅଫ୍ ଦି ଇୟର ପୁରସ୍କାର

Thu Nov 17 , 2022
ବାସ୍ତବବ୍ୟୁରୋ:ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଙ୍ଗରାଜ ଖିଲାନଙ୍କୁ ଅଷ୍ଟ୍ରେଲିଆର ସମ୍ମାନଜନକ ୨୦୨୩ ଭିକ୍ଟୋରିଆନ୍ ଅଷ୍ଟ୍ରେଲିୟ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯିବ। ଭିକ୍ଟୋରିଆ ପ୍ରଦେଶରେ ସାଂସ୍କୃତିକ ବିବିଧତା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉଛି | ନଭେମ୍ବର ୮ ରେ ଭିକ୍ଟୋରିଆ ଗଭର୍ଣ୍ଣର ଲିଣ୍ଡା ମାରିଅନ ଡେସାଉ ଏସି ଖିଲାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ତାଙ୍କୁ ୫୬ ବର୍ଷ ବୟସ […]

You May Like

Pin It on Pinterest