
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୫//୧୨//୨୦୨୨:ଚାନ୍ଦବାଲିରେ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଆଜି ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁଦିନ ହେବ ଡ଼ାକ୍ତର ସମସ୍ୟା ସହ ଆବଶ୍ୟକ କର୍ମଚାରୀ ଅଭାବ ରହିଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଯେଇଁ ଡ଼ାକ୍ତର ଅଛନ୍ତି ସଠିକ ଭାବେ ମେଡ଼ିକାଲରେ କାର୍ଯ୍ୟ କରୁନାହାନ୍ତି ଓ ଘୋରେଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି, ଶିଶୁ ମୃତ୍ୟ ଠୁ ଆରମ୍ଭ କରି ପ୍ରସୂତିର ମୃତ୍ୟୁ ନେଇ ଅଧିକାଂଶ ସମୟରେ ଉତେଜନା ଦେଖାଦେଉଛି ।
ଅନ୍ୟପଟେ କିଛି ଡ଼ାକ୍ତର ଚାନ୍ଦବାଲିରେ ନିଯୁକ୍ତି ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି । ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି ହୋଉଛି ।ସବୁ ଠାରୁ ବଡକଥା ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ସାଧାରଣ ଲୋକଟି ବର୍ଷ ବର୍ଷ ଦଉଡ଼ି ଦଉଡ଼ି ନୟାନ୍ତ ହେଉଛି କିନ୍ତୁ ତାକୁ ପ୍ରମାଣ ପତ୍ର ମିଳିପାରୁନାହିଁ ସେସରେ ଲୋକଟି ନିରୁପାୟ ହୋଇ ହାତ ଗୁଞ୍ଜା ଦେଇ ଡୁପ୍ଲିକେଟ ସାର୍ଟିଫିକେଟ ନେଉଛି । ଏହିସବୁ ସମସ୍ୟାର ସମାଧାନ ନେଇ ଯୁବ କଂଗ୍ରେସ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଜଦି ଏହାର କୌଣସି ସ୍ଥାଇ ସମାଧାନ ନ କରାଜାଏ ଆଗାମୀ ଦିନରେ ଚାନ୍ଦବାଲି ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।