କିଏ ଏହି ସରଗମ୍ କୌଶଲ୍ ? ଯିଏ ହେଲେ ମିସେସ୍.ୱାର୍ଲ୍ଡ ୨୦୨୨…

ବାସ୍ତବ ବ୍ୟୁରୋ: ସରଗମ କୌଶଲ ମିସେସ୍ ୱାର୍ଲ୍ଡ ୨୦୨୨ ଟାଇଟଲ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୩ ଟି ଦେଶର ମହିଳା ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ସରଗମ କୌଶଲ ଜିତିଛନ୍ତି । ଭାରତ ୨୧ ବର୍ଷ ପରେ ମିସେସ୍ ୱାର୍ଲ୍ଡର ମୁକୁଟ ଫେରି ପାଇଛି । ଏହା ପୂର୍ବରୁ ୨୦୦୧ ମସିହାରେ ଡକ୍ଟର ଆଦିତି ଗୋବିତ୍ରିକର ଏହି ଟାଇଟଲ ଜିତିଥିଲେ।

ମିସେସ୍ ଇଣ୍ଡିଆ ପାଜିଏଣ୍ଟ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡଲ୍ ରେ ଏହା ଘୋଷଣା କରାଯାଇଛି। ଏଠାରେ ଲେଖା ହୋଇଛି, ଦୀର୍ଘ ଅପେକ୍ଷା ସମାପ୍ତ ହୋଇଛି । ଏହି ମୁକୁଟ ୨୧ ବର୍ଷ ପରେ ଆମ ପାଖକୁ ଫେରି ଆସିଛି।

ଜାମ୍ମୁ କାଶ୍ମୀରର ସରଗମ କୌଶଲ, ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର କରିଛନ୍ତି। ସରଗମ ବିଶାଖାପାଟନମରେ ଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୨୦୧୮ ରେ ବିବାହ କରିଥିଲେ, ତାଙ୍କ ସ୍ୱାମୀ ଭାରତୀୟ ନୌସେନା ରେ କାର୍ଯ୍ୟରତ ଅଛନ୍ତି।

୨୦୦୧ ରେ ଶେଷ ଥର ପାଇଁ ଭାରତ ଏହି ମୁକୁଟ ଜିତିଥିଲା ​​ଡକ୍ଟର ଆଦିତି ଗୋବିତ୍ରିକର । ଏହି ମୁକୁଟ ଜିତିବାରେ ଆଦିତି ପ୍ରଥମ ଭାରତୀୟ ମହିଳା ଥିଲେ।

ମିସେଜ଼ ୱାର୍ଲ୍ଡ ହେଉଛି ଦୁନିଆର ବିୟୁଟି ପାଜିଏଣ୍ଟ ଯେଉଁଥିରେ ବିବାହିତ ମହିଳାମାନେ ଭାଗ ନେଇଥାନ୍ତି । ଏହା ୧୯୮୪ ମସିହାରେ ଆରମ୍ଭ ହୋଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରୋଟ୍ରାକ୍ଟ ତରଫରୁ ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା...

Sun Dec 18 , 2022
ସଂଜୟ ଶତପଥୀ(କଟକ):୧୮/୧୨- ରବିବାର ଆଜି ରୋଟ୍ରାକ୍ଟ ଡିଷ୍ଟ୍ରିକ୍ଟ୍ ୩୨୬୨ ର ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା କଟକ ବିଡାନାସୀ ସ୍ଥିତ ବସୁନ୍ଧରା ଖେଳପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତା ରୋଟ୍ରାକ୍ଟ କଟକ ସେଣ୍ଟ୍ରାଲ୍ ତରଫରୁ ଆୟୋଜନ କରାଯାଇଥିଲା। ଏହି କ୍ରିକେଟ୍ ପ୍ରତିଯୋଗିତାର ମୁଖ୍ଯ ଉଦ୍ଦେଶ୍ଯ ଥିଲା ରୋଟ୍ରାକ୍ଟ ଦ୍ୱାରା ହେଉଥିବା ବିଭିନ୍ନ ସେବାମୂଳକ କାର୍ଯ୍ଯକ୍ରମ ବିଶେଷ କରି ଗରୀବ ପିଲା ଙ୍କୁ ଦୈନିକ ମାଗଣା ଶିକ୍ଷାଦାନ ଯୋଜନା ଯାହା “ପାଠଶାଳା” […]

You May Like

Pin It on Pinterest