୩୩ ତମ ବାର୍ଷିକୋତ୍ସବ ପାଳନ ଅବସରରେ ବହୁ ପ୍ରଶଂସିତ କଟକର ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟ…

ସଂଜୟ ଶତପଥୀ(କଟକ): ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ତଥା ବିଶେଷ କରି କଟକ ଜିଲ୍ଲାର ଶିକ୍ଷାର ବିକାଶ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିଥୂବା ଏବଂ ଏକ ଘରୋଇ ବିଦ୍ୟାଳୟ ଭାବରେ ଦୀର୍ଘ ୩୫ ବର୍ଷ ଧରି ନିଷ୍ଠାର ସହ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଶିକ୍ଷା,କଳା ଓ ସଂସ୍କୃତି ର ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ‌ଜାରି ରଖୂଥୂବା କଟକ ତେଲେଙ୍ଗା ବଜାରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟର ଆଜି ୩୩ ତମ ବାର୍ଷିକୋତ୍ସବ କଟକର ସହୀଦ୍ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଭବ୍ୟ ବାର୍ଷିକୋତ୍ସବର ପ୍ରାତଃ ଅଧୂବେଶନ ବିଦ୍ୟାଳୟର ସଭାପତି ମହନ୍ତ ମହାରାଜ ବୃନ୍ଦାବନ ଚନ୍ଦ୍ର ଦାସଙ୍କ ଦ୍ବାରା ମା’ସରସ୍ଵତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ମହୋତ୍ସବ ର ଶୁଭାରମ୍ଭ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ସୁରସାମାଜ୍ଞ୍ରୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚିକିତ୍ସକ, ଲେଖକ ଓ ସ୍ତମ୍ଭକାର ଡଃ ସୂଦର୍ଶନ ପଟ୍ଟନାୟକ, ମୂଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଡଃ ଚିନ୍ମୟୀ ମହାପାତ୍ର ଯୋଗ ଦେଇଥିବା ବେଳେ ସାନ୍ଧ୍ୟ ଅଧୂବେଶନରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନନୀୟ ମହାଧୂଵକ୍ତା ଶ୍ରୀ ଅଶୋକ କୁମାର ପରିଜା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ, ମୂଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍,କବି, ଲେଖକ ଓ ସ୍ତମ୍ଭକାର ଡଃ ସୁନାମଣି ରାଉତ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଦେଶର ଆଗାମୀ ଦିନର ଭବିଷ୍ୟତ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରିବଚନ ପ୍ରଦାନ କରିବା ସହ ସବୁ କ୍ଷେତ୍ରରେ ଶୀର୍ଷସ୍ଥାନ ବଜାୟ ରଖୁଥିବା ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମିଲନ୍ କୁମାର ବଡୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ବାମନ ବଡୁ ବାର୍ଷିକ ବିବରଣୀ ପାଠ, ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରଭାତୀ ଦେବୀ କୃତି ପ୍ରତିଭାଙ୍କୁ ଅଭିନନ୍ଦନ ବାର୍ତ୍ତା, ଶ୍ରୀମତୀ ସ୍ୱାଗତିକା ବଡୁ ଓ ଶ୍ରୀମତୀ ବବିତା ମହାପାତ୍ର ସ୍ବାଗତ ଭାଷଣ ତଥା ଶ୍ରୀମତୀ ସଙ୍ଗୀତାବାଳା ନନ୍ଦ ଓ ଶ୍ରୀମତୀ ବବିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କ ଦ୍ବାରା ପୁରସ୍କାର ବଣ୍ଟନ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାଇନାରେ ଦୈନିକ ୩ କୋଟି ୭୦ ଲକ୍ଷ କରୋନା ମାମଲା! ଗତ ଚାରି ଦିନ ହେଲା ମୃତ୍ୟୁସଂଖ୍ୟା ଶୂନ, ଏହା କିପରି ସମ୍ଭବ ?

Sat Dec 24 , 2022
ବାସ୍ତବବ୍ୟୁରୋ: ଚାଇନାରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଉଛି। ଏହି ସମୟରେ,ଏକ ଲିକ୍ ରିପୋର୍ଟରେ ଚୀନ୍ ସରକାର ଆକଳନ କରିଛନ୍ତି ଯେ ସମଗ୍ର ଦେଶରେ ପ୍ରତିଦିନ ୩ କୋଟି ୭୦ ଲକ୍ଷ କରୋନା ମାମଲା ଆସୁଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଆଭ୍ୟନ୍ତରୀଣ ବୈଠକ ଅନୁଯାୟୀ, ଡିସେମ୍ବର ୧ ରୁ ୨୦ ମଧ୍ୟରେ ଅତି କମରେ ୨୪୮ ନିୟୁତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସତ୍ୱ ଚୀନ୍ ସରକାର […]

You May Like

Pin It on Pinterest