ଆଇସିୟୁରେ ଭର୍ତ୍ତି ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ…

ପ୍ରଶାନ୍ତ ଦାସ(ବାଲେଶ୍ବର): ଆଇସିୟୁରେ ଭର୍ତ୍ତି ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଗତ ସପ୍ତାହେ ହେଲା ସାଂସଦ ଶ୍ରୀ ଷଡ଼ଙ୍ଗୀ ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି (ସୋମବାର) ଅପରାହ୍ନରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷିଣ ନଜର ରଖିଛନ୍ତି ଡାକ୍ତରୀ ଟିମ୍‌।

ସାଂସଦ ପ୍ରତାପ ଷଡ଼ଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ପାଇ ବହୁ ବ୍ୟକ୍ତି ସେଠାରେ ପହଞ୍ଚିଛନ୍ତି । ସୂଚନାନୁଯାୟୀ, ୪ ଦିନ ତଳେ ମଧ୍ୟ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ ଗଳା ଓ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ଔଷଧ ଦିଆଯାଇଥିଲା । ଏହାପରେ ସେ ଘରକୁ ଫେରିଯାଇଥିଲେ। ତେବେ ଆଜି ପୁଣି ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ନବୀକରଣ କାମର ଶିଳାନ୍ୟାସ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ଷଡଙ୍ଗୀ। ପରେ ସେ ପୁରୀ-ଜଳେଶ୍ୱର ଏମ୍‌ଇଏମ୍‌ୟୁ ଟ୍ରେନ୍‌ରେ ବାଲେଶ୍ୱର ଫେରିଥିଲେ। ସେହି ଦିନ ସେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ଡାକ୍ତରଙ୍କ ପରାମର୍ଶରେ ସେ ମେଡ଼ିସିନ୍‌ ଖାଇଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯନ୍ତ୍ରୀ ଙ୍କ ବିପକ୍ଷରେ ଅଭିଯୋଗ ରାଜନୈତିକ ଅଭିସନ୍ଧି ନା ଆଉ କିଛି ?

Tue Jan 3 , 2023
ନର୍ଲା(ସନ୍ତୋଷ ପାତ୍ର)୦୩/୦୧/୨୩:କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ଜଣେ ସରକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଦୀର୍ଘ ବର୍ଷ ଧରି ସରକାରୀ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ, ନିକଟରେ ତାଙ୍କୁ ,ରାଜ୍ୟ ସରକାର ଜଳ ସେଚନ ବିଭାଗ ପକ୍ଷରୁ ଚିଠି ନ-28744/WR ତା-04/01/22 ରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା କୁ ବଦଳି କରାଯାଇଛି।ହେଲେ ତାଙ୍କ ରିଲିଭର ଆସି ନ ଥିବାରୁ,ଜିଲ୍ଲାପାଳ କଳାହାଣ୍ଡି ରିଲିଫ କରି ନ ଥିବା ବିଭାଗ ପକ୍ଷରୁ ସୂଚନା […]

You May Like

Pin It on Pinterest