ଆଜିର ଖାସ୍ ଖବର

୧-ଓଡିଶା ସରକାରଙ୍କ ରାସ୍ତାରେ ପଞ୍ଜାବ । ମେ’ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିଷ୍ପତି, ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ତାଲାବନ୍ଦ ଅବଧି ବଢ଼ାଇଲା ପଞ୍ଜାବ ।

୨-ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଛଡା ଅନ୍ୟ କୌଣସି ଲୋକ ଗାଡି ନେଇ ବାହରେ ବୁଲି ପାରିବେନି।

୩-ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆଜି। ତାଲାବନ୍ଦ ଅବଧି ବୃଦ୍ଧି ନିଷ୍ପତି ରବିବାର।

୪-ଘରୋଇ ସ୍କୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, “ଫି’ ହ୍ରାସ କର କିମ୍ବା ଆଦାୟ ତାରିଖ ଘୁଞ୍ଚାଅ”।

୫-ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଫଲୋ କଲା ହ୍ୱାଇଟ୍‌ ହାଉସ୍‌, ଆମେରିକା ଇତିହାସରେ ପ୍ରଥମ।

୬-LOCରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଉଡାଇ ଦେଲେ ଭାରତୀୟ ସେନା: ୭ ଘଣ୍ଟା ଘମାଘୋଟ୍ ଗୁଳି ବିନିମୟ।

୭-ସାହାରା ହେଲା ଭବିଷ୍ୟନିଧି: ଲକ୍ଡ଼ାଉନରେ ଦେଢ଼ ଲକ୍ଷ କର୍ମଚାରୀ ଉଠାଇଲେଣି ୨୮୦ କୋଟି ।

୮-ଧର୍ମଶାଳା ପୋଲିସର ଅଭିନବ ପ୍ରୟାସ, କର୍ମଚାରୀଙ୍କ ସହ ସାଇକେଲ ଚଢି ଲୋକଙ୍କୁ କଲେ ସଚେତନ।

୯-ପୁରୀରୁ ଶବ ସତ୍କାର କରି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ ୬ଗୁରୁତର।

୧୦-ଲକଡାଉନ ପାଇଁ ଓଡ଼ିଶାରେ ଅଟକି ଯାଇଛି ଟ୍ରକମାନଙ୍କର ଚକ, ଅଖ ଓ ଗତି, ଭୋକ ସହିତ ଲଢେଇ କରୁଛନ୍ତି ବାହାର ରାଜ୍ୟର ଟ୍ରକ ଡ୍ରାଇଭର ଓ ହେଲ୍ପର ମାନେ।

୧୧-ଧର୍ମଗଡ଼:ଆଇସୋଲୋସନ ବାହାନାରେ ଡାକ୍ତରଖାନାରୁ ଚମ୍ପଟ ମାରିଲା କଏଦୀ।

୧୨-ଯୋଗୀ ଆଦିତ୍ୟନାଥଙ୍କ ବଡ ପଦକ୍ଷେପ 11 ଲକ୍ଷ ଶ୍ରମିକଙ୍କୁ ପ୍ରଦାନ କଲେ 1 ହଜାର ଟଙ୍କା ସହୟତା ରାଶି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭିଡିଓ କନଫରେନସ୍‌ ଜରିଆରେ ସବୁ ରାଜ୍ୟ ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀଙ୍କ

Sat Apr 11 , 2020
ବାସ୍ତବ ବ୍ୟୁରୋ-ସାରା ଦେଶରେ୨୧ଦିନିଆ ଲକଡାଉନ୍ ଲକଡାଉନର ଅବଧିକୁ ବଢାଇବା ସମ୍ପର୍କରେ ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଦିନ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଭିଡିଓ କନଫରେନସରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖାବରଣ ପରିଧାନ କରିଥିବାର ଦେଖାଯାଇଛି। ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାସ୍କ ବା ମୁଖାବରଣ ପରିଧାନ କରିଛନ୍ତି। ସମଗ୍ର ଭାରତରେ ଲକଡାଉନର […]

You May Like

Pin It on Pinterest