
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪/୦୧/୨୦୨୨।ଆଜି ପବିତ୍ର ମକରସଂକ୍ରାନ୍ତି। ଏହି ଅବସରରେ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ନୂଆ ମକରଚାଉଳ ଓ ପୋଡପିଠା।
ଏଥିପାଇଁ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର, ଫୁଲବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ବାବାଙ୍କୁ। ପରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ନୂଆ ମକରଚାଉଳ ଓ ପୋଡ଼ପିଠା ଲାଗି କରାଯାଇଥିଲା।
ବର୍ଷକରେ ଏହି ମକର ସଂକ୍ରାନ୍ତିରେ ବାବାଙ୍କୁ ପୋଡ଼ପିଠା ଭୋଗ ଲାଗି ହେଉଥିବାରୁ , ଏହିଦିନ ବହୁ ଦୂରଦୂରାନ୍ତରୁ ହଜାରହଜାର ଭକ୍ତ ମଣିବାବାଙ୍କୁ ଦର୍ଶନ ପାଇଁ ଆସିଥାନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ଯବସ୍ଥା ସହିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ଯାରିକେଡ ବ୍ଯବସ୍ଥା କରାଯାଇଛି।