ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡାରେ ବାହାରିଲା ଦ୍ୱିତୀୟ କରୋନା ଆକ୍ରାନ୍ତ

ବାସ୍ତବ ବ୍ୟୁରୋ-ଗତକାଲି ଓଡ଼ିଶାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣଙ୍କ କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏନେଇ ସେହି ଅଞ୍ଚଳକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ କେନ୍ଦ୍ରାପଡ଼ାରେ ଜଣେ ରୋଗୀ ଆଳି ଅଞ୍ଚଳରେ ଚିହ୍ନଟ ହୋଇଥିଲେ । କେନ୍ଦ୍ରାପଡ଼ାର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ସେହିପରି ସୁନ୍ଦରଗଡ଼ ବିସ୍ରାର ୨ଜଣ ବୋଲି ଜଣାପଡ଼ିଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।

ସୂଚନାଯୋଗ୍ୟ,  ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଏହି ଯୁବତୀଙ୍କୁ କରୋନା ସନ୍ଦେହରେ  କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପରିବାରର ୩ ଜଣଙ୍କୁ କ୍ବାରାଣ୍ଟିନରେ ରଖିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ସଂପୃକ୍ତ ଯୁବତୀଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି କି ନାହିଁ ସେ ନେଇ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନ ଥିଲା । ତେବେ ସେ ପଜିଟିଭ ବୋଲି ଆଜି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୪୧ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର କରୋନା ଅପଡେଟ୍

Sun Apr 12 , 2020
ବାସ୍ତବ ବ୍ୟୁରୋ-ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୯୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ପ୍ରାଣ ହରାଇଛନ୍ତି ୩୪; ଓ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୪ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି […]

You May Like

Pin It on Pinterest