କଟକ ମହାନଗର ନିଗମର ବାହାଘର ବେଳେ ବାଇଗଣ ରୁଆ….

ସଂଜୟ ଶତପଥୀ(କଟକ):ଆଜି ଜାନୁଆରୀ ୨୩ ତାରିଖ,ଆମ ଦେଶର ସ୍ବାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା କଟକର ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୂଣ୍ୟ ଜନ୍ମଜୟନ୍ତୀ ।ସାରା ଦେଶ ଆଜି ତାଙ୍କୁ ଜଣାଇବ ଶ୍ରଦ୍ଧାଞଳୀ । ଏହି ଅବସରର ସୁଭାଷଙ୍କର ୧୨୬ତମ ଜନ୍ମଜୟନ୍ତି ପାଳନ କରିବାକୁ ଓଡ଼ିଶା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।

Odia

ଏଥିପାଇଁ କଟକ ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନ ତରବରିଆ ଭାବେ ଚଳଚଞ୍ଚଳ ହୋଇଉଠିଚି। ଫାଟକ ଠାରୁ ସଂଗ୍ରହାଳୟର ୧୨ ଗ୍ୟାଲେରୀ ଓ ବଗିଚା ସଜେଇ ହୋଇଛି ।ବିଡମ୍ବନାର ବିଷୟ ମହାନଗର ପକ୍ଷରୁ ନେତାଜୀଙ୍କ ବାସସ୍ଥାନ ସମ୍ମୁଖରେ ଥୂବା ରାସ୍ତାର ମରାମତି କାର୍ଯ୍ୟ ଜାନୁଆରୀ ୨୨ ତାରିଖ ରାତ୍ରି ଘ୧୧/୨୩ ମିନିଟ୍ ରେ କରାଯାଉଛି। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଏହି ଜୟନ୍ତୀ ଉତ୍ସବରେ ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ରାତି ଅଧରେ କଟକ ମହାନଗର ନିଗମର ନେତାଜୀଙ୍କ ପ୍ରତି ଥିବା ସମ୍ମାନ କଟକବାସୀ ଦେଖୁଛନ୍ତି।ଏହାକୁ କହନ୍ତି “ବାହାଘର ବେଳେ ବାଇଗଣ ରୁଆ”।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗଂଞ୍ଜେଇ ମାଫିଆଙ୍କୁ ପିଛା କରୁକରୁ ଓଲଟି ପଡ଼ିଲା ପୋଲିସ୍ ଭ୍ଯାନ୍...

Mon Jan 23 , 2023
ଜୟସେନ୍ ରଇତ(ମୋହନା)୨୩/୦୧/୨୩:ଗଜପତି ଜିଲ୍ଲା ମୋହନା ଥାନା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଅପରାଧୀ କୁ ଗୋଡ଼ାଇ ପୋଲିସ ଗାଡି ହୋଇଛି ଦୁର୍ଘଟଣାଗ୍ରସ୍ତ l ଏକ ଗଞ୍ଜେଇ ବୋଝେଇ କାର କୁ ୧୧୨ ପୋଲିସ ଗାଡି ଗୋଡାଉଥିବା ବେଳେ ଗଂଜେଇ ବୋଝେଇ କାର ଟି ଅତି ଦ୍ରୁତ ଗତିରେ ଆଗକୁ ଆଗକୁ ଯାଉଥିଲା l ଫଳରେ ରାସ୍ତା ରେ ପ୍ରବଳ ମାତ୍ରାରେ ଧୂଳି ହେବାରୁ ପୋଲିସ ଗାଡ଼ିକୁ […]

You May Like

Pin It on Pinterest