କଟକର ଦିବ୍ୟାଙ୍ଗ ସେକ ରେହମାନ ଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ତିନିଚକିଆ ସାଇକେଲରେ ଦିଲ୍ଲୀ ଯାତ୍ରା…

ସଂଜୟଶତପଥୀ(କଟକ): ଆଜି ୭୪ତମ ପବିତ୍ର ସ୍ୱାଧୀନତା ଦିବସରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଚଣ୍ଡ ସମର୍ଥକ ବାଉଁଶ ଗଳିର ସେକ ରେହମାନ (ଦିବ୍ୟାଙ୍ଗ) ଭାଇ ମୋଦିଜୀଙ୍କୁ ତାଙ୍କର ଭାରତରେ ତଥା ବିଶ୍ୱରେ କରିଚାଲିଥିବା ମହାନ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇବାକୁ ତଥା ଦିବ୍ୟାଙ୍ଗ ଭାଇ ମାନଙ୍କ ଦୁଃଖ ଜଣାଇବାକୁ ନିଜ ହାତ ତିଆରି ତିନିଚକିଆ ସାଇକେଲ ଚଲାଇ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାରରୁ ଦିନ ୧୦ଟାରେ ଦିଲ୍ଲୀ ଯାତ୍ରା ଶୁଭାରମ୍ଭ କଲେ ।

Bj

ଏହି ଅବସରରେ ସେକ ରେହମାନ କହିଥିଲେ,ପ୍ରଶାସନ ବା ଅନ୍ୟାନ୍ୟ ଦଳ ଠାରୁ କୌଣସି ସାହାଯ୍ୟ ନପାଇ ଭାଙ୍ଗି ପଡ଼ିଥିବା ବେଳେ ଭାଜପା, କଟକ ନଗର ତରଫରୁ ମାନସିକ ଓ ଅନ୍ୟାନ୍ୟ ସହଯୋଗ ପାଇଁ ସେ ଅତ୍ୟନ୍ତ କୃତଜ୍ଞତା ର ସହ ଧନ୍ୟବାଦ ଜଣାଇଥିଲେ। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ତ୍ରିରଙ୍ଗା ପତାକା ତାଙ୍କ ହାତରେ ଦେଇ ତାଙ୍କ ଯାତ୍ରା ଶୁଭାରମ୍ଭ କରାଇଥିଲେ । ଏଥିରେ କଟକ ନଗର ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବୀର, ଯୁବ ମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ର, କାଠଯୋଡ଼ି ମଣ୍ଡଳ ସଭାପତି ରତନ ମହାନ୍ତି, ଜିଲ୍ଲା ଉପସଭାପତି ନିତାଇ ନନ୍ଦ, ବରିଷ୍ଠ ନେତା ଦିପ୍ତୀରଂଜନ ପଣ୍ଡା, କିଷାନ ମୋର୍ଚ୍ଚା ସଭାପତି ସୁଶାନ୍ତ ମହାନ୍ତି, ଶ୍ରୀନିବାସ ରେଡି,ବାରବାଟି ମଣ୍ଡଳ ସଭାପତି ନମିତା ମିଶ୍ର ,ଯୁବମୋର୍ଚାର ସାଧାରଣ ସମ୍ପାଦକ ଧନଞ୍ଜୟ ନାୟକ, ସଦାନନ୍ଦ ବିଶ୍ୱାଳ, ସନ୍ଦୀପ ମହାପାତ୍ର,ବିଶ୍ୱଜିତ ମହାପାତ୍ର, ଦୀପକ କାହାଳୀ, ମହମ୍ମଦ ଆକିବ, ଅବଦୁଲ ରେହମାନ, ଅନୁପମ ଦାସ, ସୁମନ ରାଉତ, ସୁନୀଲ ବେହେରା, କାହ୍ନୁ ବେହେରା,ମିଡ଼ିଆ ସଂଯୋଜକ ସୁବାଷ ମହାନ୍ତି ପ୍ରମୁଖ ତଥା ସ୍ଥାନୀୟ ଶୁଭେଛୁ ବନ୍ଧୁ ମାନେ ତାଙ୍କ ପରିବାର ବର୍ଗ ସହିତ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକର ଭାଇଚାରାର ସମ୍ପର୍କ ବଜାୟ ରଖିବାକୁ ୭୪ତମ ସାଧାରଣତନ୍ତ୍ର ଦିବସରେ ବାର୍ତ୍ତା ବାଣ୍ଟିଲେ ସମାଜସେବା

Thu Jan 26 , 2023
ସଂଜୟଶତପଥୀ(କଟକ): ଆଜି ପବିତ୍ର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଟକ ମେରିଆବଜାରର ଦୁଇ ସମାଜସେବୀ ଅନୁଷ୍ଠାନ ସ୍ବଃ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ସ୍ବଃ ଯଦୁମଣି ମଙ୍ଗରାଜ ସ୍ମୃତି ସଂସଦ ପକ୍ଷରୁ ମିଳିତ ଭାବେ ୭୪ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମେରିଆବଜାର ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଶ୍ରୀ କିଶୋର କୁମାର ମଙ୍ଗରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି […]

You May Like

Pin It on Pinterest