ଆଜିର ଖାସ୍ ଖବର

୧-ପାକ୍ ର ପୁଣି ଅସ୍ତ୍ର ବିରତି ଉଲଂଘନ, ତିନି ଭାରତୀୟ ନାଗରିକ ମୃତ,୧୫ ପାକ୍ ସୈନିକ ଓ ୮ ଆତଙ୍କବାଦୀ ନିପାତ।

୨-ଆଜି ଚଳିବ ପାଞ୍ଜି,ଜମିବନି ପଣା ,ଫିକାପଡିବ ବିଷୁବ ମିଳନ।

୩-ଅର୍ଥନୀତିକୁ ଗତିଶୀଳ ଲାଗି ଯୋଜନା – ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍‌ରେ ବିଭକ୍ତ ହେବ ଦେଶ।

୪-ଲକଡାଉନ ଭିତରେ ଭୁବନେଶ୍ୱର ଓ କଟକରେ ଚାଲିବ ଓଲା । ୧୦୦ଟି ଓଲା କ୍ୟାବକୁ କମିଶନରେଟ ପୁଲିସ ଅନୁମତି ଦେଇଥିବା ସୂଚନା । କେବଳ ଅସୁସ୍ଥମାନଙ୍କୁ ହସ୍ପିଟାଲ ନେବା ପାଇଁ ଚାଲିପାରିବ ଏହି କ୍ୟାବ।

୫-ବୁର୍ଲା: ସ୍ୱେଚ୍ଛାସେବୀ ରକ୍ତଦାନ ସଂସ୍ଥା ତ୍ୟାଗ ତରଫରୁ ସକାଳେ ସ୍ୱେଚ୍ଛାକୃତ ରକ୍ତଦାନ ଓ ସନ୍ଧ୍ୟାରେ ରନ୍ଧାଖାଦ୍ୟ ବଣ୍ଟନ।

୬-ରାଉରକେଲା:ବିଶ୍ରା ସହର ସମେତ ୧୦ ଗାଁ ସିଲ୍,ସେପଟେ କେନ୍ଦ୍ରାପଡ଼ା ରାଜନଗରର ୨ଟି ଗାଁ ୪୮ ଘଣ୍ଟା ପାଇଁ ସିଲ୍।

୭-ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଅଭିନବ ପ୍ରୟାସ:ହ୍ବାଟସପରେ ଚାଲିଳାଣି ପାଠପଢ଼ା।

୮-ପାଣିପାଗ:୧୦ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ ଉପରେ,୧୭ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ବର୍ଷା ସହିତ ଘୂର୍ଣ୍ଣିଝଡ ଆଶଙ୍କା।

୯-ଗଞ୍ଜାମ: ଦଣ୍ଡଯାତ ଉପରେ ପ୍ରଶାସନର କଟକଣା।

୧୦-ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ସ୍ବାଭାବିକ କରିବାକୁ କେନ୍ଦ୍ରର ପରାମର୍ଶ।

୧୧-ଲକଡାଉନ କଟକଣାରୁ ବାଦ ପଡିଲା ମତ୍ସ୍ୟଚାଷ ଓ ଚାଷୀ: ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ବଜାରରେ କରିପାରିବେ ବିକ୍ରି; ସମସ୍ତ ମତ୍ସ୍ୟଜାତୀୟ ସମାଗ୍ରୀ ବିକ୍ରି ଉପରୁ ଉଠିଲା କଟକଣା।

୧୨-ଆଜି ଠାରୁ ଆଖଣ୍ଡଳମଣିଙ୍କ ଶୀତଳଉପଚାର ନୀତି ଆରମ୍ଭ, ଲାଗି ହେବନି ଗୋପାଳଭକ୍ତଙ୍କ ଜଳଭାର।ଲକଡାଉନ ପ୍ରର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଆ ନବବର୍ଷରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Mon Apr 13 , 2020
ବାସ୍ତବ ବ୍ୟୁରୋ-ଆଜି ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଏହା ସହ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ ବର୍ଷସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି । ସେୟାର କରନ୍ତୁ

You May Like

Pin It on Pinterest