
ବାସ୍ତବ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ୧୯୬୨ ମସିହା ଜାନୁଆରି ୭ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ।
ଆଜି ମଧ୍ୟାହ୍ଣରେ ସେ ଏକ କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା ବେଳେ ସ୍ଥାନୀୟ ଗାନ୍ଧୀଛକ ଫାଣ୍ଡିର ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା ଓ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଗୁରୁତର ନବ ଦାସଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଡାକ୍ତରୀ ଟିମ୍ ବହୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଛନ୍ତି।