ବଜେଟ୍‌ ୨୦୨୩: କ’ଣ ଶସ୍ତା ଓ କ’ଣ ମହଙ୍ଗା ହେଲା…

ବାସ୍ତବ ବ୍ୟୁରୋ:ଆଜି ବଜେଟ୍‌ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ମୋବାଇଲ୍ ଫୋନ୍ କିଣିବା ଶସ୍ତା ହୋଇପାରେ, କିନ୍ତୁ ସୁନା ଓ ରୂପା କିଣିବା ମହଙ୍ଗା ହୋଇପାରେ । କାରଣ ମୋବାଇଲ୍ ଫୋନ ଉପରେ ସରକାର ଆମଦାନୀ ଶୁଳ୍କ ହ୍ରାସ କରିଥିବାବେଳେ ସୁନା ଓ ରୂପା ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି।

ସୀମା ଶୁଳ୍କ ୧୩ ପ୍ରତିଶତ ହ୍ରାସ ହୋଇଥିବା ଯୋଗୁ ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଶସ୍ତା ଆଉ କେଉଁ ସବୁ ମହଙ୍ଗା ।

ଶସ୍ତା ହେବ….

  • ଖେଳଣା, ସାଇକେଲ, ଅଟୋମୋବାଇଲ୍‌ ଶସ୍ତା ହୋଇଛି।
  • ଲିଥିୟମ୍-ଆୟନ ବ୍ୟାଟେରୀ ତିଆରିରେ ବ୍ୟବହୃତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ ପାଇଲା ।
  • ଟିଭି ପ୍ୟାନେଲଗୁଡିକର ଖୋଲା ବିକ୍ରୟ ଅଂଶ ଉପରେ କଷ୍ଟମ୍ ଡ୍ୟୁଟି ୫% ରୁ ୨.୫% କୁ ହ୍ରାସ ପାଇଛି ।
  • ମୋବାଇଲ୍ ଫୋନ୍ ଉତ୍ପାଦନ ପାଇଁ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି।
  • ପୋଷାକରୁ ଟିକସ ହ୍ରାସ କରାଯାଇଥିବାରୁ ଶସ୍ତା ହେବ ।
  • ଇଲେକ୍‌ଟ୍ରୋନିକ୍‌ ବାହାନର ଦାମ୍‌ ମଧ୍ୟ ଶସ୍ତା ହେବ ।
  • ମେରାଇନ୍ ପ୍ରଡକ୍ଟ ଉପରୁ କଷ୍ଟମ୍‌ ଡ୍ୟୁଟି ହ୍ରାସ ପାଇଛି।
  • ଷ୍ଟିଲ ଓ କଞ୍ଚାମାଲ ଉପରୁ ଡ୍ରୁଟି ହ୍ରାସ ଜାରି ରହିବ ।
  • ଲ୍ୟାବ୍‌ ତିଅରି ହୀରା ଉପରେ ଟିକସ ହ୍ରାସ କରାଯାଇଛି।
  • ଅଶୋଧିତ ଗ୍ଲିସେରିନ୍ ଉପରେ କଷ୍ଟମ୍ ଡ୍ୟୁଟି ୭.୫% ରୁ ୨.୫% କୁ ହ୍ରାସ ପାଇଛି ।

ମହଙ୍ଗା ହେବ…

  • ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି, ଫଳରେ ଏହା ଆହୁରି ମହଙ୍ଗା ହେବ।
  • ସିଗାରେଟ୍ ଉପରେ ପ୍ରାକୃତିକ ବିପର୍ଯ୍ୟୟ କଣ୍ଟିଜେନ୍ସି ଡ୍ୟୁଟି (NCCD) ୧୬% ବୃଦ୍ଧି ପାଇଛି ।
  • ରୋଷେଇ ଘରେ ବ୍ୟବହାର ହେଉଥିବା ଚିମ୍ନୀ ଉପରେ କଷ୍ଟମ୍ ଡ୍ୟୁଟି ୭.୫ % ରୁ ୧୫% ବୃଦ୍ଧି ପାଇଛି ।
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୦୨୩-୨୪ ବଜେଟ୍‌ର ଗୁରୁତ୍ୱପୂର୍ଣ ଘୋଷଣା....

Wed Feb 1 , 2023
ବାସ୍ତବ ବ୍ୟୁରୋ: ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିଥିଲେ। ସେୟାର କରନ୍ତୁ

You May Like

Pin It on Pinterest