
ସଂଜୟ ଶତପଥୀ(କଟକ): କଟକ ରାଜା ବଗିଚାର ଜଣାଶୁଣା ଘରୋଇ ବିଦ୍ୟାଳୟ, ଫନ୍ ଆଣ୍ଡ ଲର୍ଣ୍ଣ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହା କଟକର କର୍ମବୀର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ପରିସରରେ ସ୍କୁଲର ସଭାପତି ଶ୍ରୀ ଯୋଗେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡ଼ଃ ରମେଶ ଚନ୍ଦ୍ର ଦାସ ଯୋଗଦେଇଥିଲା ବେଳେ ମୂଖ୍ୟ ଅତିଥି ଶ୍ରୀ ବିକାଶ ଦାସ, ସମ୍ମାନିତ ଅତିଥି ଶ୍ରୀ ସାଗର କୁମାର ଧଳ ଓ ମୂଖ୍ୟ ଅତିଥି ଇଂ ପ୍ରଦୀପ କୁମାର ବେହେରା ଯୋଗଦେଇ କୁନି କୁନି ପିଲାମାନଙ୍କୁ ଭାଷଣ ଛଳରେ ମୂଲ୍ୟବାନ ଉପଦେଶମାନ ବାଣ୍ଟିଥିଲେ। ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧା ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ସ୍କୁଲର ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥୂଵା ବେଳେ ଅତିଥିମାନଙ୍କ ଦ୍ବାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ପ୍ରଜ୍ଞା ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷୟିତ୍ରୀ ସ୍ଯୈ।ମ୍ଯା ପଟ୍ଟନାୟକ, ରାଜଲକ୍ଷ୍ମୀ ପୁହାଣ, ସବିତା ପରିଡ଼ା,ରୁପାଲୀ ଦାସ, ଲିଲି ମହାପାତ୍ର, ହେମଲତା ବେହେରା ଓ ତନ୍ମୟା ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ବେଳେ ଶିକ୍ଷକ ପ୍ରଭାତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।