
ସଂଜୟ ଶତପଥୀ(କଟକ):ଆଜି ଫେବୃୟାରୀ ୧୪ ତାରିଖରେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଥିବା ଅଧୂକାଂଶ ଯୁବପିଢି “ପ୍ରେମ ଦିବସ” ବା ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ କଟକ ସହରର ଖ୍ୟାତନାମା ବଜାର ଉପରତେଲେଙ୍ଗା ବଜାର ରେ ବିଗତ ୪ ବର୍ଷ ପୂର୍ବରୁ ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ପୁଲ୍ଓ୍ବାମା ରେ ସହିଦ୍ ହୋଇଥୂବା ଭାରତର ବୀର ଜବାନ୍ ମାନଙ୍କ ଉଦ୍ଦେଶ୍ୟରେ ବଜାରର ଯୁବକମାନଙ୍କ ଦ୍ୱାରା “ବଳିଦାନ” ଦିବସ ପାଳନ ଅବସରରେ ଦିବଂଗତ ବୀର ଜବାନ୍ ମାନଙ୍କର ଫଟୋଚିତ୍ର ରେ ଗୋଲାପ ଫୁଲ ଅର୍ପଣ କରି ଆନ୍ତରିକ ଶ୍ରଦ୍ଧାଞ୍ଜଳି ସୁମନ ପୂର୍ବକ ମହମବତୀ ପ୍ରଜ୍ବଳନ କରି ସେହି ବୀର ଜବାନ୍ ମାନଙ୍କର ସ୍ମୃତି ଚାରଣ କରିଥିଲେ।
ଏହି ସ୍ମରଣୀୟ “ବଳିଦାନ” ଦିବସ ପାଳନ ଅବସରରେ ଉପରତେଲେଙ୍ଗା ବଜାର ଅଞ୍ଚଳ ର ବୟୋଜ୍ୟେଷ୍ଠ ମୁରବି ଶ୍ରୀ ସାଧନ କୁମାର ଦତ୍ତ ପ୍ରଥମେ ମହମବତୀ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥୂବା ବେଳେ ପରେ ପରେ ଅନ୍ୟ ଯୁବକମାନେ ମହମବତୀ ପ୍ରଜ୍ବଳନ କରି ନିଜ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ଯୁବକମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ ଓ ଦେଶାତ୍ମବୋଧକ ସ୍ଲୋଗାନ ମାନ ଦିଆଯାଇଥିଲା।

ଉପରତେଲେଙ୍ଗା ବଜାରର ଶ୍ରୀ ସତ୍ୟରଞ୍ଜନ ପାତ୍ର ଓ ଶ୍ରୀ ଉମାକାନ୍ତ ମହାନ୍ତି ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିବା ବେଳେ ଶ୍ରୀ ନରେନ୍ଦ୍ର ବେହେରା, ଶ୍ରୀ ସରୋଜ କୁମାର ସାହୁ, ଶ୍ରୀ ସମ୍ପଦ ମଲ୍ଲିକ, ଶ୍ରୀ ସଞ୍ଜୟ କୁମାର ମହାନ୍ତି ଓ ଶ୍ରୀ ଗୈାରୀଶଙ୍କର ପ୍ରଧାନଙ୍କ ସହ ବହୁ ଯୁବକ ଯୋଗଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସମଗ୍ର ଦେଶର ଯୁବପିଢି ଙ୍କୁ ଏହି ବଳିଦାନ ଦିବସ କୁ ପାଳନ କରିବାକୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମ ଲାଗି ଉପରତେଲେଙ୍ଗା ବଜାରର ଯୁବକମାନଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି।