ଝାଡ଼ଖଣ୍ଡର ପାଲାମୁରେ ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ସାଂପ୍ରଦାୟିକ ଦଙ୍ଗା, ୧୪୪ ଧାରା ଲାଗୁ….

ବାସ୍ତବ ବ୍ୟୁରୋ: ଝାଡ଼ଖଣ୍ଡର ପାଲାମୁର ଏକୁ ବଜାରରେ ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି । ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି । ସୂଚନାନୁଯାୟୀ, ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ଶନିବାର ମହାଶିବରାତ୍ରୀ ପଡ଼ୁଥିବାବେଳେ ପାଲାମୁ ଜିଲ୍ଲାର ପାଙ୍କି ଟାଉନରେ ଶ୍ରଦ୍ଧାଳୁମାନେ ଏକ ତୋରଣ ଲଗାଉଥିଲେ । ତୋରଣଟି ମସଜିଦ ଛକଠାରୁ ୨୦୦ ମିଟର ଦୂରରେ ଅବସ୍ଥିତ ଥିଲା । ଏହି ସମୟରେ ଆଉ ଏକ ସଂପ୍ରଦାୟର ଲୋକମାନେ ତାହାର ବିରୋଧ କରିବା ସହ ତୋରଣ ଲଗାଉଥିବା ଲୋକମାନଙ୍କ ଉପରେ ପଥରମାଡ଼ କରିଥିଲେ । ଏହା ସହିତ ସେମାନେ ଶିବରାତ୍ରୀ ତୋରଣକୁ ବି ଭାଙ୍ଗି ଦେଇଥିଲେ ।

ଏହା ପରେ ସ୍ଥିତି ବିବାଦୀୟ ହେବା ସହ ଦୁଇପକ୍ଷର ଲୋକଙ୍କ ପକ୍ଷରୁ ପଥରମାଡ଼ କରାଯାଇଥିଲା । କେତେକ ଉତ୍ତ୍ୟକ୍ତ ଲୋକ ଆଖପାଖରେ ଥିବା କିଛି ବାଇକ ଭଙ୍ଗାରୁଜ୍ଜା କରିବା ସହ କେତେକ ଘରେ ନିଆଁ ଲଗାଇଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛି । ଏହି ଦଙ୍ଗା ଚାଲିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ସ୍କୁଲରେ ୨୫-୩୦ ପିଲା ଫସି ରହିଥିଲେ। ପାଲାମୁର ଉକ୍ତ ବଜାରରେ ୧୪୪ ଧାରା ଲାଗୁ କରିବା ସହ ସେ ଅଂଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାଶିବରାତ୍ରୀ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ । ରାତି ୧୦ଟାରେ ଉଠିବ ମହାଦୀପ...

Wed Feb 15 , 2023
ମନୋଜ ମହାନ୍ତି(ଭୁବନେଶ୍ବର):ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ । ଏଥିପାଇଁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ । ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ପ୍ରଭୁ ଲିଙ୍ଗରାଜଙ୍କର ରାତି ୩ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ […]

You May Like

Pin It on Pinterest