କଟକକୁ ଗୈାରବାନ୍ବିତ କରିଛି ସୟଦ୍ ସେମିନାରୀ ସ୍କୁଲ…

ସଂଜୟ ଶତପଥୀ(କଟକ): ଚଳିତ ମାସରେ ଜାମ୍ମୁକାଶ୍ମୀର ଠାରେ ଅନୁଷ୍ଠିତ ହୋଇଥିବା ସ୍କୋଏ ମାର୍ଶାଲ ଆର୍ଟ ଓ ସିପକ୍ ଟାକରୋ ପ୍ରତିଯୋଗିତାରେ କଟକର ଅନ୍ୟତମ ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନ ସୟଦ୍ ସେମିନାରୀ ସ୍କୁଲ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ରନର୍ସ ଅପ୍ ଟ୍ରଫି ହାସଲ କରିଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଥୂବା ଏହି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯିବା ପରିପ୍ରେକ୍ଷୀରେ ସୟଦ୍ ସେମିନାରୀ ସ୍କୁଲ ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧିନା ସଭାର ଆୟୋଜନ କରାଯାଇଥିଲା।

ଏହି ସମ୍ବର୍ଦ୍ଧିନା ସଭାରେ ମୂଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂ, ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ଶିକ୍ଷା ବିଭାଗର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ସନ୍ତୋଷ କୁମାର ରାଉତ ଯୋଗଦେଇ ସ୍ବର୍ଣ୍ଣ ପଦକ ବିଜେତା ସୁଶ୍ରୀ ସୁପ୍ରଭା ସେଠୀ,ନଜରାନା ପରବିନ୍, ମହମ୍ମଦ ମସରୁର୍, ଓ ସେଖ୍ ଇମ୍ରାନ, ତଥା ରୈ।ପ୍ଯ ପଦକ ବିଜେତା ଜାହିଦ୍ ଅଫରୋଜ୍, ସୁଶ୍ରୀ କୀର୍ତ୍ତିମାଳିନୀ ଧୀରସାମନ୍ତ, ମହମ୍ମଦ ଅସଫାକ୍, ସୁଶ୍ରୀ ଶ୍ବେତା ସାଗରିକା ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ସୁଶ୍ରୀ ବର୍ଷା ରାଣୀ ସାହୁ, ଓ୍ବ।କର ଅହମ୍ମଦ ଓ ସେକ୍ ରିଜ୍ଓ୍ବ।ନ ଙ୍କୁ ରାଜ୍ୟ ପାଇଁ ଗୈାରବ ଆଣି ଦେଇଥୂବାରୁ ସମ୍ବର୍ଦ୍ଧିତ କରିଥିଲେ।

ଏହାସହିତ ଦଳର ପରିଚାଳକ ଫିରାସତ୍ ଖାନ୍ ଓ ଦୁଇ ସହଯୋଗୀ ଶ୍ବେତାସାଗରିକା ସାହୁ ଓ ସେକ୍ ସଲାଉଦ୍ଦିନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ବ କରିଥିଲାବେଳେ ସିପକୋ ଆସୋସିଏସନ୍ ର ରାଜ୍ୟ ସମ୍ପାଦକ ସେକ୍ ସଲାଉଦ୍ଦିନ କୃତି ପ୍ରତିଯୋଗୀମାନଙ୍କୁ ଆଶ୍ରିବଚନ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ କେନ୍ଦ୍ରାପଡ଼ାର ମହୀୟସୀ ମହିଳା ଜ୍ୟୋତ୍ସ୍ନା ବୋଷଙ୍କ ମରଶରୀର ଦାନ...

Sat Feb 25 , 2023
ରାକେଶେ ମହାନ୍ତି(କେନ୍ଦ୍ରାପଡ଼ା): ନ୍ଦ୍ରାପଡ଼ାର ବଡ଼ହାଟ ସ୍ଥିତ ସ୍ବର୍ଗତ ସୁନିଲ କୁମାର ବୋଷ ଙ୍କ ପତ୍ନୀ ସ୍ବେଛାସେବୀ ଜ୍ୟୋତ୍ସ୍ନା ବୋଷ ଙ୍କ ୨୪/୦୨/୦୨୩ ତାରିଖ ଶୁକ୍ରବାର ଦିନ ମୃତ୍ୟୁ ହେବାପରେ ତାଙ୍କର ଶରୀର ଦାନର ସ୍ବୀକାରୋକ୍ତି ଅନୁଯାୟୀ ମର ଶରୀରକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଦାନ କରାଯାଇଛି । ଏହି ମହତ ଦାନ ଦ୍ୱାରା ଅନେକ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଓ ମାନବ ସମାଜ ର ଉତ୍ତମ […]

You May Like

Pin It on Pinterest