
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକସ୍ଥ, ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ନହଣଶାସନ ଠାରେ, ଶ୍ରୀ ଶ୍ରୀ ରଘୁନାଥ ଓ ଶ୍ରୀ ଶ୍ରୀ ଲକ୍ଷେଶ୍ୱରଙ୍କ କୃପା ଅବଲମ୍ବନ କରି ଶ୍ରୀ ଲକ୍ଷେଶ୍ୱର କୃପାପରିଷଦ ୩୧ତମ ଶ୍ରୀରାମ ଚରିତ ମାନସ ନବାର୍ଣ୍ଣ ପାରାୟଣ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଫ୍ରେବୁଆରି ୨୧ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଲକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି ।
କାର୍ଯ୍ୟସୂଚୀ ଅନୁଯାୟୀ ଫ୍ରେବୁଆରି ୨୦ ତାରିଖ ସୋମବାର ଅସୁରେଶ୍ୱର ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ଠାରୁ ଆଜ୍ଞାମାଳ ଅଣାୟାନ ଓ ଅଧିବାସ କର୍ମ ସମାପନ ହୋଇଥିଲା । ପ୍ରତେକ ଦିନ ପ୍ରାତ,୬ଘଟିକା ଠାରୁ ୭ଘଟିକା ପର୍ଯ୍ୟନ୍ତ ମଙ୍ଗଳ ଆଳତୀ ସୂର୍ଯ୍ୟପୂଜା,ଶ୍ରୀଜୀୟୁ ଙ୍କ ସ୍ନାନ ଓ ବାଳଧୂପ ଇତ୍ୟାଦି କାର୍ଯ୍ୟ କରାଯିବା ସହ,ମଧ୍ୟାର୍ଣ୍ଣ ରେ ଅର୍ନ୍ନ ଧୂପ ଓ ସନ୍ଧ୍ୟାରେ ଦ୍ୱାରଫିଟା, ନିଶଙ୍ଖୁଡ଼ି, ନୈବିଦ୍ୟ, ଆଳତୀ ସମୂହ କୀର୍ତ୍ତନ ହୋଇଥାଏ, ମହନ୍ତ ୧୦୮ଶ୍ରୀ ବିଭୂଷିତ ଦିବାକର ଦାସ ମହାରାଜ ମୋଟାମଠ, ଖୋର୍ଦ୍ଧା ବ୍ୟାସ ଆସନ ରେ ଅଳଙ୍କୃତ ହୋଇଥିଲେ ।

ପ୍ରତହଃ ପ୍ରବଚନ ସନ୍ଧ୍ୟା ୮ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ହୋଇଥାଏ। ପ୍ରଥମ ଦିନ ନାମ ମହତ୍ୱ, ମାନସ ସରୋବର, ଓ ଶିବ ବିବାହ, ଦିତୀୟ ଦିନ, ଶ୍ରୀରାମ ଜନ୍ମହେତୁ, ଓ ପୁଷ୍ପ ବାଟିକା ପ୍ରସଙ୍ଗ, ତୃତୀୟ ଦିନ ଶିବଧନୁ ଭଙ୍ଗ ଓ ସୀତା ବିବାହ, ଚତୁର୍ଥ ଦିନ, ପ୍ରଭୁଙ୍କର ବନଗମନ, କୈବର୍ତ୍ତ ପ୍ରସଙ୍ଗ, ପଞ୍ଚମ ଦିବସ, ଶ୍ରୀରାମ ବାଲ୍ମୀକି ଭେଟ, ଦଶରଥ ଙ୍କ ମହାପ୍ରୟାଣ, ଭରତ ଙ୍କ ଚିତ୍ରକୂଟ ଯାତ୍ରା, ଷଷ୍ଠ ଦିବସ ରେ ଶ୍ରୀରାମ ଭରତ ମିଳନ, ଜୟନ୍ତ ପ୍ରସଙ୍ଗ, ସୀତା ହରଣ, ସପ୍ତମ ଦିବସ ରେ ଜଟାୟୁ ଉଦ୍ଧାର, ଭକ୍ତିମତି ଶବରୀ, ବାଳି ବଦ୍ଧ ଏବଂ ସୁନ୍ଦରକାଣ୍ଡ ପ୍ରସଙ୍ଗ, ଅଷ୍ଟମ ଦିବସରେ ରାବଣ ବଦ୍ଧ ଓ ଶ୍ରୀରାମ ଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଏବଂ ନବମ ଦିନରେ ଶ୍ରୀରାମ ଙ୍କ ରାଜ୍ୟାଭିଷେକ ଓ କାକଭୂଷଣ୍ଡି ପ୍ରସଙ୍ଗ କାର୍ଯକ୍ରମ ଯଥାବିଧି ରୀତିନୀତି ଅନୁସାରେ ସମାପନ ହୋଇଥିଲା ।
ପ୍ରବଚନ ରେ ମନୋହର ଦାସ ମହାରାଜ, ପଣ୍ଡିତ ସରତଚନ୍ଦ୍ର ମିଶ୍ର ଏବଂ ଉଦୀୟମାନ ଯୁବ ପ୍ରବଚକ ଇଞ୍ଜିନିୟର ଜ୍ୟୋତି ପ୍ରକାଶ ଦାଶ ପ୍ରମୁଖ ଅତି ଉଚ୍ଚକୋଟୀର ରାମାମୃତ ଶ୍ରୋତା ମାନଙ୍କୁ ଶୁଣାଇଥିଲେ, ପୂର୍ଣ୍ଣାହୁତି ରେ ପଣ୍ଡିତ, ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଶତପଥୀ, ଲିଙ୍ଗରାଜ ମିଶ୍ର , ସଦାଶିବ ବ୍ୟାସ ମହାରାଜ ପ୍ରମୁଖ ଅଂଶଗ୍ରହଣ କରି ଯଂଜ୍ଞ କାର୍ଯ୍ୟ ସମାପନ କରିଥିଲେ ।
ଲକ୍ଷେଶ୍ୱର କୃପାପରିଷଦ ଯୁବକ ମାନେ ଉପସ୍ଥିତ ଥିବା ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ,ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତ ରୁ ସହ ସହ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ, ଏହି ଦଶଦିନ କାର୍ଯ୍ୟକ୍ରମ କୁ ବାପୁନନା, ଭକ୍ତ, ରୁବା, ବାପି, ତୋଫାନ, ଗଜି, ଟୁକୁ, ସିଲୁ କାଳିଆ, ମିଟୁ ଟଙ୍ଗ, ରାଜା, ବାଜିଆ,ବଳିଆ,ଗୋପାଳ, ଲୁଲିଆ, ମଣ୍ଟୁଆ,ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ ।



