
ସଂଜୟ ଶତପଥୀ(କଟକ): ଓଡ଼ିଶାର ବରପୁତ୍ର, ବୀରପୁତ୍ର, ଇଣ୍ଡୋନେସିଆ ର ଭୂମିପୁତ୍ର, ପ୍ରବାଦ ପୁରୁଷ, ଅପ୍ରତିଦ୍ଵନ୍ଦୀ ରାଜନେତା ତଥା ସଦାସର୍ବଦା ଓଡ଼ିଶାବାସୀଙ୍କ ବିଜୟକୁ ସ୍ବାଗତ କରୁଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ କଟକରେ ପାଳିତ ହେଉଛି।
ଏହି ପରିପ୍ରେକ୍ଷୀରେ ଶତାଧିକ ବିଜୁ ପ୍ରେମୀ ଏକ ସାଇକେଲ ଶୋଭାଯାତ୍ରାରେ ପ୍ରବାଦ ପୁରୁଷଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରୁ ବାହାରି ବିଭିନ୍ନ ସ୍ଲୋଗାନ ସହ ବକ୍ସି ବଜାର ଛକ, ଦରଘାବଜାର ଓ ଚୈ।ଧୁରୀବଜାର ପରିକ୍ରମା କରି ଚୈ।ଧୁରୀବଜାରସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା।ଏହି ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେଇଥିବା ସାଇକେଲ ଶୋଭାଯାତ୍ରାକାରୀଙ୍କୁ ଚୈ।ଧୁରୀବଜାର ବୃନ୍ଦାବତୀ ଛକ ଠାରେ କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡ ବିଜୁ ଜନତା ଦଳ ପକ୍ଷରୁ ଥଣ୍ଡା ପାନୀୟ,ଦହି ସରବତ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
୨୧ ନମ୍ବର ଓ୍ବାର୍ଡର କର୍ପୋରେଟର ଶ୍ରୀ ଅଶୋକ କୁମାର ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ତଥା ବିଜୁଜନତା ଦଳର ବରିଷ୍ଠ ନେତା ଶ୍ରୀ ଅନିଲ୍ କୁମାର ସେନ୍, ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଶ୍ରୀ ସମ୍ପଦ କୁମାର ମଲ୍ଲିକ, ଶ୍ରୀ ସରୋଜ କୁମାର ସାହୁ, ଶ୍ରୀ କାଳିନ୍ଦୀ ଚରଣ ମଲ୍ଲିକ, ଶ୍ରୀ ମଧୂସୁଦନ ସାହୁ ଓ ଶ୍ରୀ ବିଜୟ କୁମାର ଦେ, ବରିଷ୍ଠ ମୂରବୀ ଶ୍ରୀ ରତ୍ନାକର ମୁଖୂ ଙ୍କ ସହ ବହୁ ବିଜୁ ଜନତା ଦଳର କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶୋଭାଯାତ୍ରାକାରୀଙ୍କୁ ବୀରପୁତ୍ରଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଲାଗି ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ।