ବିଜେପିରେ ସାମିଲ୍ ହେଲେ ଓଲିଉଡର ନାୟୀକା ଜିନା ଓ ନାୟକ ରୁଦ୍ର….

ପ୍ରଶାନ୍ତ ଦାସ(ବାଲେଶ୍ଵର): ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ୱେତା, ଅପରାଜିତା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ହରିହର ମହାପାତ୍ର ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ସାମିଲ୍ ହୋଇ ଦଳରେ ସକ୍ରିୟ ଥିବା ବେଳେ,ଆଜି ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ସମର୍ଥକ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି।ଆଜି ବାଲେଶ୍ଵର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଆଲମବ ଜଗତରେ ବେଶ ଖ୍ୟାତି ଅର୍ଜନ କରିବା ପରେ ଜିନା ‘ଫେରିଆ ମୋ’ ସୁନାଭଉଣୀ’ ସିନେମା ଜରିଆରେ ଓଲିଉଡ୍‌ରେ ନାୟିକାଭାବେ ପ୍ରବେଶ କରିଥିଲେ। ପରେ କେତୋଟି ଓଡ଼ିଆ ଛବିରେ ନାୟିକାରୂପେ ଦେଖିବାକୁମିଳିଥିଲେ। ପରେ ସେ ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ।

ନାୟକ ରୁଦ୍ର, ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ସିନେମା ‘ମନେ ରହିବ ଏ ପ୍ରେମକାହାଣୀ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ । ଏଥିରେ ରୂପାଲି ରୁଦ୍ରଙ୍କ ନାୟିକା ଥିଲେ। ତା’ପରେ ୨୦୧୪ ରେ ‘ଗଳ୍ପ ନୁହେଁ ଅଳ୍ପ ଦିନର’ ସିନେମାରେ ବି କାମ କରିଥିଲେ ସେ। ଠିକ୍‌ ସେହିପରି ୨୦୧୫ରେ ଶାନ୍ତି ମିଡ଼ିଆ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଓଡ଼ିଆ ସିନେମା ‘ଅପ୍‌ନା ହାତ ଜଗନ୍ନାଥ’ରେ ବି ନଜର ଆସିଥିଲେ ରୁଦ୍ର। ତା’ପରେ ‘ଝିଅଟା ବିଗିଡ଼ିଗଲା’, ‘ପ୍ରେମୀ ଦିଓ୍ଵାନା’ ଓ ରଘୁ ସର୍ଦ୍ଦାର ଭଳି ଓଡ଼ିଆ ଛବିରେ ମଧ୍ୟ ରୁଦ୍ରଙ୍କୁ ଦେଖିବାକୁ ମିଳିଛି।

ଓଲିଉଡରେ ଆଶିଂକ ସଫଳତା ପାଇଥିବା ନାୟକ ନାୟୀକା ରାଜନିତୀ କ୍ଷେତ୍ରରେ କେତେ ସଫଳତା ସାଉଁଟୁଛନ୍ତି ତାହା ସମୟ କହିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଏବଂ ସହକାରିତା ବିଭାଗ ମନ୍ତ୍ରୀ ଶ୍ରୀ ଅମିତ ଶାହା....

Sat Mar 11 , 2023
ପ୍ରମୋଦ ନାୟକ(ଭୁବନେଶ୍ୱର)ତା.୧୧/୦୩: ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ୍ ଶାହା । ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳିର ପାଳସାହି ଗ୍ରାମପଂଚାୟତ ଅନ୍ତର୍ଗତ ସାଁଆଳପୁରଠାରେ ଅନୁଷ୍ଠିତ ସାଧାରଣ ସଭାକୁ ଉଦ୍‌ବୋଦନ ଦେବେ ବୋଲି […]

You May Like

Pin It on Pinterest