ବିଶ୍ବତାପନ ପାଇଁ ବିପର୍ଯ୍ୟୟର ସାମନା କରିପାରେ ଭାରତ-ଆଇପିସିସି ରିପୋର୍ଟ….

ନୂଆଦିଲ୍ଲୀ:ଜାତିସଂଘ ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ କମିଟି (ଆଇପିସିସି)ର ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଭାରତ ତାପମାତ୍ରା ବୃଦ୍ଧି, ସାମୁଦ୍ରିକ ଜଳପତ୍ତନ ବୃଦ୍ଧି, ଜୀବନ ଓ ଜୀବିକା ଉପରେ ବିପର୍ଯ୍ୟୟକର ପ୍ରଭାବ ଆଦି ବିରାଟ ଆହ୍ବାନର ସମ୍ମୁଖୀନ ହୋଇପାରେ। ଛଅଟି ଭିନ୍ନ ଭିନ୍ନ ରିପୋର୍ଟକୁ ଆଧାର କରି ଉକ୍ତ ସଂଶ୍ଳେଷିତ ରିପୋର୍ଟ ପ୍ରକାଶ କରାଯାଇଛି।

ଏହି ରିପୋର୍ଟ ଅନୁଯାଇ ଆଗାମୀ ଦିନରେ ନାନା ଚରମ ଜଳବାୟୁଗତ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ ଭାରତ। କୃଷି ଓ ଜନସ୍ବାସ୍ଥ୍ୟ ଉପରେ ଏହାର ଘୋର ପ୍ରତିକୂଳ ପ୍ରଭାବ ପଡ଼ିପାରେ। ଏଣୁ ନୀତି-ନିର୍ଦ୍ଧାରକମାନେ ବିପର୍ଯ୍ୟୟ-ପ୍ରଶମନମୂଳକ ନିବେଶ ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି।

ଏହି ପଦକ୍ଷେପଗୁଡ଼ିକ ଭିତରେ ରହିଛି ବନ୍ୟା, ବାତ୍ୟା, ଭୂକମ୍ପ ଆଦି ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଏଭଳି ବିପତ୍ତି ଆସିବା ପୂର୍ବରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ପ୍ରାକ୍-ଯୋଜନା କରିବା, ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ହେବାର ଅଧିକ ସମ୍ଭାବନା ଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଭିତ୍ତିଭୂମିର ବିକାଶ କରିବା ଇତ୍ୟାଦି। ଏହି ରିପୋର୍ଟର ଅନ୍ୟତମ ଲେଖିକା ଏନର୍ଜି ଇକୋନମିକ୍ସ ପ୍ରୋଗ୍ରାମ,ଏସିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଜୟଶ୍ରୀ ରାୟ କହିଛନ୍ତି କି,ସାରା ବିଶ୍ବରେ ଏବେ ଯେତିକି ପ୍ରଚେଷ୍ଟା କରାଯାଉଛି ତାହା ଯଥେଷ୍ଟ ନୁହଁ ।

ରିପୋର୍ଟରେ କୁହାଯାଇଛି କି, ୨୦୩୦ ସୁଦ୍ଧା ଶିଳ୍ପବିପ୍ଳବ ପୂର୍ବ ଅବସ୍ଥାଠାରୁ ୧.୫ ଡିଗ୍ରି କଥା ଛାଡ଼ ୨ ଡିଗ୍ରି ଭିତରେ ବି ତାପମାତ୍ରା ବୃଦ୍ଧିକୁ ସୀମିତ ରଖିବା ଲାଗି ଭାରତ ଏବେ ସମର୍ଥ ନୁହେଁ। ତାପମାତ୍ରାର ଏକ ଡିଗ୍ରି ବା ସାମାନ୍ୟ ବୃଦ୍ଧି ବି ଜଳବାୟୁ ଉପରେ ତଥା ଭାରତୀୟଙ୍କ ଜୀବନ-ଜୀବିକା ଉପରେ ଭୀଷଣ ପ୍ରତିକୂଳ ପ୍ରଭାବ ପକାଇପାରେ। ଏଣୁ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେରୁଛି କୋରୋନା: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୮୯୦; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧

Sun Mar 26 , 2023
ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାନୁଯାୟୀ ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୮୯୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୦ରୁ ଯଥେଷ୍ଟ ଅଧିକ । ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୮ ତାରିଖ ଦିନ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ୨,୨୦୮ ହୋଇଥିବା ରେକର୍ଡ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ରବିବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା […]

You May Like

Pin It on Pinterest