
ନବୀନ ଦାସ(ବରଗଡ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟାମ୍ପରସରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷକ ମନୋହର ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ବକ୍ତା ଲରମ୍ଭା ମହା ବିଦ୍ୟାଳୟ ର ଅଧ୍ୟାପକ ଅଜିତ୍ କୁମାର ନାଥ ଆତିଥ୍ୟ କ୍ରମେ ଅନୁଷ୍ଠିତ ହୋଇଯାଇଛି।
ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ସମ୍ମାନୀତ ଅତିଥି ସରପଞ୍ଚ ରାଜକିଶୋର ଛନ୍ଦ,ଚେୟାରମେନ୍ ପ୍ରେମରାଜ୍ ନାଏକ,ପ୍ରଧାନ ଶିକ୍ଷକ ଭରତ କିଶୋର ପତି,ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠ ସମେତ ତ୍ରିଲୋଚନ ସେଠ,କେଶବ ଛନ୍ଦ,ଡୋଳାମଣି ମହାନନ୍ଦ ପ୍ରମୁଖ ଯୋଗଦେଇ ମଞ୍ଚାସିନ ରହିଥିଲେ।ବିଦ୍ୟାଳୟ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ପାଛୋଟି ଆଣି ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ସହ ଅତିଥି ମାନଙ୍କ ଦ୍ଵାରା ବାଗ୍ ଦେବୀ ବୀଣାପାଣି ଙ୍କ ତୈଳ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି ବିଦାୟୀ ପ୍ରଧାନ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଆରମ୍ଭ ହୋଇଥିଲା।ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ଛାତ୍ରଛାତ୍ରୀ,ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ,ପରିଚାଳନା କମିଟି, ନିମନ୍ତ୍ରିତ ଅତିଥି,ଜନ ପ୍ରତିନିଧି ତଥା ଗାଁ ର ବହୁ ପୁରୁଷ ମହିଳା ମାନେ ପୁଷ୍ପମାଲ୍ୟ,ଫୁଲତୋଡା,ଉପ ଢୌକନ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସହପାଠୀ ଓ ଛାତ୍ରଛାତ୍ରୀ ନିଜ ନିଜର ଅନୁଭୂତି ବ୍ୟକ୍ତ କରିବା ସହ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ଚିର ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ।ଶିକ୍ଷକ ତ୍ରିନାଥ କୁମ୍ଭାର ଙ୍କ ପରିଚାଳନା କ୍ରମେ ଶିକ୍ଷୟିତ୍ରୀ ବିଜଳି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ପରିଶେଷରେ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ଏକ ବିଶାଲ ଶୋଭାଯାତ୍ରା ରେ ବିଦ୍ୟାଳୟ ରୁ ବାହାରି ଗ୍ରାମ ପରିକ୍ରମା କରିବା ସହ ଗ୍ରାମରେ ଦେବାଦେବୀ ଙ୍କ ଠାରେ ଛାତ୍ରଛାତ୍ରୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମର ଆବାଳବୃଦ୍ଧ ବନିତା ଙ୍କ ଉଜ୍ଵଳମୟ କାମନା କରି ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ଅବସର କାଳୀନ ବିଦାୟ ନେଇଥିଲେ।