ପୀଠ ପରିକ୍ରମା କାର୍ଯ୍ୟକ୍ରମରେ କଟକ ଜଗତପୁର,ନାନକାର ଗ୍ରାମର ମା’ବାସୁଳେଇ….

ସଂଜୟ ଶତପଥୀ(କଟକ): ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ କଟକ ଜଗତପୁର ର ନାନକାର ଗ୍ରାମର ଅଧୂଷ୍ଠାତ୍ରୀ ଦେବୀ ମା’ବାସୁଳେଇ ଙ୍କ ଜନ୍ମୋତ୍ସବ ମାଆଙ୍କ ପୀଠରେ‌ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏକ ବୃକ୍ଷମୂଳେ ବିରାଜିତ ମାଆଙ୍କର ଏକ ମନ୍ଦିର ନିର୍ମାଣ ଲାଗି ସମସ୍ତ ଅଞ୍ଚଳବାସୀ ଅଣ୍ଟାଭିଡିଥିବା ବେଳେ, ମାଆଙ୍କର ଶ୍ରଦ୍ଧାଳୁମାନଙ୍କ ସହ ଯୋଡି‌ହୋଇଛନ୍ତି ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ।ଏହି ପରିପ୍ରେକ୍ଷୀରେ ଆୟୋଜିତ ଏହି ଆଧ୍ୟାତ୍ମିକ ସମ୍ମିଳନୀର ଉଦଘାଟକ ଭାବେ ପୂଜ୍ୟ ପାଦ ବ୍ରହ୍ମଚାରୀ ସତ୍ଯଚୈତ୍ଯନ୍ଯ ମହାରାଜ ,ସନ୍ଥ ତୁଳସୀ ଆଶ୍ରମ, ସୁନାଖଳା, ଯୋଗଦେଇ ପବିତ୍ର ଶ୍ରୀ ଜଗନ୍ନାଥ ଓ ଶ୍ରୀ ଦେବୀ ସ୍ତୁତି ସହ ସମ୍ମିଳନୀର ଉଦ୍ଘାଟନ କରିଥିଲେ ‌ଅନ୍ଯ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ମୂଖ୍ୟ ବାଡ଼ଗ୍ରାହୀ,ମା’ସୁଭଦ୍ରା, ଶ୍ରୀମନ୍ଦିର, ପୁରୀ, ସ୍ବତନ୍ତ୍ର ଅତିଥି ଶ୍ରୀ ଗଣେଶ୍ବର ନନ୍ଦ ମହାରାଜ, ଧବଳେଶ୍ବର ସାରସ୍ଵତ ଆଶ୍ରମ, କଥା ସେବକ ଶ୍ରୀ ଚାରଣ ଡଃ ଶୁଭେନ୍ଦୁ ସ୍ୱାଇଁ, ସାଂସ୍କୃତିକ ସମ୍ପାଦକ, ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ, ପୁରୀ, ସଂଚାଳକ ଶ୍ରୀ ଚାରଣ ତରଣୀ ସେନ୍ ଲେଙ୍କା, ସଂଗଠକ,କଟକ-୨, ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ, ପୁରୀ ଯୋଗଦେଇ ପ୍ରବଚନ ମଧ୍ୟମରେ ପବିତ୍ର ଶ୍ରୀ ଦେବୀ ଓ ପବିତ୍ର ଶ୍ରୀ ଜଗନ୍ନାଥ କଥାମୃତ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବାଣ୍ଟି ପରିବେଶ କୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲେ।

ଯୋଗଦେଇଥିବା ସନାତନ ଧର୍ମର ଶ୍ରେଷ୍ଠ ବ୍ୟକ୍ତିମାନେ ଅଞ୍ଚଳର ଆରାଧ୍ୟ ଦେବୀ ଶ୍ରୀ ମା’ବାସୁଳେଇ ଗଛମୂଳରେ ପୂଜା ପାଇବା ଶ୍ରେଷ୍ଠ ଧର୍ମ ସନାତନ ଧର୍ମ ପ୍ରତି ପରିହାସ, ସେଥିଲାଗି ସମସ୍ତ ଶ୍ରଦ୍ଧାଳୁମାନେ ନିଜ ସ୍ବ ଅର୍ଥରୁ ସ୍ବଇଛାରେ କିଛି କିଛି ଦାନ କଲେ ମାଆଙ୍କର ମନ୍ଦିର ତିଆରି ହେବାରେ ସୁବିଧା ହେବ। ଏଥିପାଇଁ ସ୍ଥାନୀୟ ଜନସାଧାରଣ, ସ୍ଥାନୀୟ ଲୋକପ୍ରତିନିଧି ମାନେ ଚେଷ୍ଟା କରନ୍ତୁ ବୋଲି ନିବେଦନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ ରେ ମା’ବାସୁଳେଇଙ୍କର ପରମ ଭକ୍ତ ଶ୍ରୀ ସୁଶୀଲ କୁମାର ବେହେରା ମୂଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କର ସହାୟତା ଅତୁଳନୀୟ ଥିଲା। ମାଆଙ୍କ ଦୟାରୁ ଆସନ୍ତା ଚୈତ୍ର ପୂର୍ଣ୍ଣିମା କୁ ମାଆଙ୍କର ମନ୍ଦିର ସମ୍ପୂର୍ଣ୍ଣ ହେବାର ଆଶା ରହିଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଭାବପୂର୍ଣ୍ଣ କଣ୍ଠରେ ପ୍ରକାଶ କରନ୍ତି।

ସେୟାର କରନ୍ତୁ

Next Post

ବୋଧ ଗାଁ ରାବଣ ପରିବାରର ନିଆରା କାର୍ଯ୍ଯକ୍ରମ,ବିଶିଷ୍ଟ କଳାକାର ସ୍ବର୍ଗତ ଦୈତାରୀ ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ରେ ସାହିତ୍ୟ ଚର୍ଚ୍ଚା….

Sun Apr 9 , 2023
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ଗତ ଶୁକ୍ରବାର ଦିବା ଦଶ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅଧିନସ୍ଥ ବୋଧଗାଁ ଠାରେ ଓଡ଼ିଶାର ବିଶିଷ୍ଟ କଳାକାର ତଥା ବ୍ରଜେଶ୍ବରୀ ରାମଲୀଳା ପରିଷଦର ରାବଣ ଭୂମିକାରେ ଦିର୍ଘଦିନ ଧରି ଅଭିନୟ କରିଥିବା ସ୍ବର୍ଗତ ଦୈତ୍ୟାରି ତ୍ରିପାଠୀଙ୍କର ମୃତ୍ୟୁ ବାର୍ଷିକୀ ଅବସରରେ ପରିଷଦର ସଭ୍ଯ ସମେତ ଗ୍ରାମବାସୀ ଓ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର,କବି, କବୟତ୍ରୀ, ସମାଜସେବୀ ତଥା ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି […]

You May Like

Pin It on Pinterest