ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ସାମ୍ବାଦିକ ସମ୍ମିଳନୀ

ସଂଜୟ ଶତପଥୀ(କଟକ): ଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ସଂଘ ର ସଭାପତି ଶ୍ରୀ ଦଶରଥ ଦାସ ଙ୍କ ସଭାପତିତ୍ବରେ କଟକ ଜିଲ୍ଲା ସ୍ବାସ୍ଥ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାର ବହୁ ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ଓ୍ବେବ୍ ଏବଂ ଡିଜିଟାଲ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି‌ ସମ୍ମିଳନୀରେ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ଓ ବାରମ୍ବାର ସମସ୍ୟା ର ସମାଧାନ ଲାଗି ସରକାର ଙ୍କ ନିକଟରେ ଦାବି କରି ନିଷ୍ଫଳ ହେବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀର ଆୟୋଜନ ବୋଲି ସମ୍ପାଦକ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା ମତ ଦେଇଛନ୍ତି ।

ସଂଘ ଦ୍ୱାରା ୫ ଦଫା ଦାବି ଯଥା ଫାର୍ମାସିଷ୍ଟ ମାନଙ୍କର ଦରମା ବୃଦ୍ଧି, କ୍ୟାଡ଼ର ନିୟମ କୁ ପରିବର୍ତ୍ତନ କରି ସରକାରୀ ଫାର୍ମାସିଷ୍ଟ ବଦଳରେ ସରକାରୀ ଫାର୍ମାସିଷ୍ଟ ଅଫିସର କରାଯିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯିବା,ଠିକାରେ କାର୍ଯ୍ୟରତ ଫାର୍ମାସିଷ୍ଟମାନଙ୍କୁ ସ୍ଥାୟୀ କରିବା ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖାଲି ଥିବା ସ୍ଥାନରେ ଫାର୍ମାସିଷ୍ଟମାନଙ୍କୁ ନିଯୁକ୍ତି ଦେବା ଉପସ୍ଥାପିତ ହେବା ସହ ସରକାର ଏ‌ହାର ତୁରନ୍ତ ସମାଧାନ ଦିଗରେ ଚେଷ୍ଟା କରିବାକୁ ଦାବି କରିବା ସହ ଯଦି ଏହି ଦାବି ସମୟସୀମା ମଧ୍ୟରେ ପୁରଣ ନ ହୁଏ ତେବେ ତେବେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲେ।ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ରୁ ବହୁ ଫାର୍ମାସିଷ୍ଟ ଯୋଗଦେଇଥିଲେ।

ସେୟାର କରନ୍ତୁ

Next Post

କଟକରେ ବିଜେପିର ନମାମୀ ଗଙ୍ଗେ(ନଦୀ ପୂଜନ) ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ...

Sun Apr 9 , 2023
ସଂଜୟ ଶତପଥୀ(କଟକ): ବିଜେପି ପ୍ରତିଷ୍ଠା ଦିବସ ତଥା ସେବା ସପ୍ତାହ ପାଳନ ଅବସରରେ ଆଜି ଅପ୍ରେଲ ୯ତାରିଖରେ ସକାଳ ୮ଟା ସମୟରେ ଗଡ଼ଗଡିଆ ଘାଟଠାରେ କଟକ ନଗର ବିଜେପିର ନମାମୀ ଗଙ୍ଗେ(ନଦୀ ପୂଜନ) ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ନମାମୀ ଗଙ୍ଗେ ରାଜ୍ୟ ସଭାପତି ମହେଶ୍ୱର ସାହୁ, ସହ ସଂଯୋଜକ ଅଶୋକ ରଥ, ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, […]

You May Like

Pin It on Pinterest