କଟକ କମିଶନରେଟ୍ ପୋଲିସର ମହାନତା -ଜଳଦାନ କାର୍ଯ୍ୟକ୍ରମ

ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନସାଧାରଣ ପାଣି ଟୋପାଏ ଲାଗି ଡହଳବିକଳ ହେଉଥିବା ବେଳେ ତଥା ଯେତେବେଳେ କଟକ ମହାନଗର ନିଗମ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ସେତେବେଳେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପକ୍ଷରୁ ମାନନୀୟ ପୋଲିସ୍ କମିଶନର ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ନିର୍ଦ୍ଦେଶକ୍ରମେ କଟକ-ଭୁବନେଶ୍ୱର ର ପ୍ରତ୍ୟେକ ପୋଲିସ୍ ଥାନା ସମ୍ମୁଖରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି।

ଏହି ପରିପ୍ରେକ୍ଷୀରେ କଟକ ସହରର ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ୍ ଲାଇନ୍ ଅଞ୍ଚଳରେ କଟକ ରିଜର୍ଭ ପୋଲିସ୍ କାର୍ଯ୍ୟାଳୟ ସମ୍ମୁଖରେ କଟକ କମିଶନରେଟ୍ ପୋଲିସ୍ ଉପ-ଆୟୁକ୍ତ ଶ୍ରୀ ପିନାକୀ ମିଶ୍ରଙ୍କ ଆହ୍ବାନକ୍ରମେ କଟକ ରିଜର୍ଭ ପୋଲିସ୍ ଆରକ୍ଷୀ ଅଧୂକାରୀ ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଜଳଦାନ କେନ୍ଦ୍ର ଖୋଲାଯାଇଛି।ଏହି ପବିତ୍ର କାର୍ଯ୍ୟକ୍ରମରେ ରିଜର୍ଭ ପୋଲିସ୍ ଉପ- ଆରକ୍ଷୀ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ନାୟକ, ସହକାରୀ ଉପ-ଆରକ୍ଷୀ ଅଧିକାରୀ ଶ୍ରୀ ଅଜୟ କୁମାର ଲେଙ୍କା ଓ ପୋଲିସ୍ କର୍ମଚାରୀ ଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକ, ଶ୍ରୀ ମାନସ ରଞ୍ଜନ ପଣ୍ଡା, ଶ୍ରୀ ପାର୍ଥସାରଥୀ ସାମନ୍ତ ଙ୍କ ସହ ବହୁ ଆରକ୍ଷୀ ଅଧୂକାରୀ ଓ କର୍ମଚାରୀ ଉପସ୍ଥିତ ରହି ତୃଷାର୍ତ୍ତ ଜନସାଧାରଣଙ୍କୁ ଦହି ପାଣି ପିଇବାକୁ ଦେଇଥିଲେ।

ତୃଷାର୍ତ୍ତ ଜନସାଧାରଣ ଏହି ସୁବିଧା ଉପଭୋଗ କରିବା ପରେ କମିଶନରେଟ୍ ପୋଲିସ୍ କମିଶନର ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ କମିଶନରେଟ୍ ପୋଲିସ୍ ଉପ-ଆୟୁକ୍ତ ଶ୍ରୀ ପିନାକୀ ମିଶ୍ର ଙ୍କୁ ସାଧୁବାଦ ଜଣାଇବା ସହ ବୟସ୍କ ବ୍ୟକ୍ତିମାନେ ଆଶ୍ରିବଚନ ପ୍ରଦାନ କରିଥିଲେ। କମିଶନରେଟ୍ ପୋଲିସ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗି ଜନସାଧାରଣଙ୍କ ପକ୍ଷରୁ କମିଶନରେଟ୍ ପୋଲିସ୍ ବିଭାଗକୁ ଭୂୟସୀ ପ୍ରଶଂସା କରାଯାଇଛି।

ସେୟାର କରନ୍ତୁ

Next Post

ପଞ୍ଚଭୂତରେ ଲିନ ହେଲେ,ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ....

Sat Apr 22 , 2023
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ଆଜି ଅପରାହ୍ନ ୨-୩୦ ସମୟରେ ପଞ୍ଚଭୂତରେ ଲିନ ହେଲେ,ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ। ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ସାନଭାଇ ଦେବୀ ପ୍ରସାଦ ବିଶ୍ୱାଳ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସତ୍ୟବାଦୀ […]

You May Like

Pin It on Pinterest