
ସଂଜୟ ଶତପଥୀ(କଟକ): ଆନ୍ତର୍ଜାତିକ ଶ୍ରମିକ ଦିବସ କଟକ ର ବିଶିଷ୍ଟ ସମାଜସେବୀ ଅନୁଷ୍ଠାନ “ପ୍ରୟାସ” ପକ୍ଷରୁ କଟକ ର ସି.ଡି.ଏ ସେକ୍ଟର -୬ ସ୍ଥିତ କାର୍ଯ୍ୟାଳୟରେ ସଭାନେତ୍ରୀ ଶ୍ରୀମତୀ ଶୁଭାକାଂକ୍ଷୀ ନନ୍ଦ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶ୍ରମିକ ଦିବସ ପାଳନ ମହାସମାରୋହରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଦୈ।ରା ବିଚାରପତି ଶ୍ରୀ ବୈଶମ୍ପାୟନ କର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ନ୍ଯାୟାଧୀଶ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ, ମୂଖ୍ୟ ବକ୍ତା ବିଶିଷ୍ଟ ସମାଜସେବୀ, ଲେଖକ ଓ ଭାଷାତତ୍ତ୍ବବିତ୍ ଶ୍ରୀ ବାଳକୃଷ୍ଣ ବେହେରା, ବିଶିଷ୍ଟ ଅତିଥି ଶ୍ରୀରାମ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ଦୟାନିଧି ଲେଙ୍କା, ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ଆଚାର୍ଯ୍ୟ ଯୋଗଦେଇ ଶ୍ରମିକ ଦିବସ ରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଜନସାଧାରଣଙ୍କ ର ଅନବରତ ସେବା କରୁଥିବା ଏହି ଶ୍ରମିକମାନେ ସଂପ୍ରତି ଅବହେଳିତ ପରିସ୍ଥିତି ରେ ସେମାନଙ୍କର ଦୈନିକ ଗୁଜୁରାଣ ମେଣ୍ଟାଉଥୂବା ବେଳେ ଏମାନଙ୍କ ଲାଗି ସମାଜର ପ୍ରତ୍ୟେକ ମନୁଷ୍ୟ ସହଯୋଗ ର ହାତ ବଢାଇବାକୁ ଅନୁରୋଧ କରିଥିଲେ।

ଏହି ଶ୍ରମିକମାନଙ୍କ ଲାଗି ଏପରି କାର୍ଯ୍ୟକ୍ରମ ଶ୍ରମିକମାନଙ୍କର ମନୋବଳ ବୃଦ୍ଧି କରିବ ଏବଂ ଏହି ପ୍ରୟାସ ଲାଗି ପ୍ରୟାସ ଅନୁଷ୍ଠାନର ଭୂମିକା ପ୍ରଶଂସା ର ପାତ୍ର ପାଲଟିଛି। ଅନୁଷ୍ଠାନର ଉପ-ସଭାନେତ୍ରୀ ଶ୍ରୀମତୀ ଲୋପାମୁଦ୍ରା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦିକା ଶ୍ରୀମତୀ ସୁଧା ଘଡାଇ ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଏହି ଶ୍ରମିକମାନଙ୍କ ଲାଗି ପ୍ରୟାସ ସ୍ବର ଉତ୍ତୋଳନ କରିବାର କାର୍ଯ୍ୟକ୍ରମର ପ୍ରୟାସ ଜାରି ରଖିବ ବୋଲି ମତ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅନୁଷ୍ଠାନ ର ଅନ୍ୟାନ୍ୟ ସଦସ୍ୟା ମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖି ଥିଲେ।