ଆସନ୍ତା ୨୦ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବାସ୍ତବ ବ୍ୟୁରୋ: ଆସନ୍ତା ୨୦ତାରିଖରେ ରାଜ୍ୟର ରାଜନୀତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପ୍ରସଙ୍ଗରେ ଆଲୋଚନା ହେବ । ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ସଫଳତା ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଆସନ୍ତା ମେ’ ୩୦ରୁ ଜୁନ୍ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଏକମାସ ଧରି ଅଭିଯାନ ଚାଲିବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡ଼ୁ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟର ଦଳୀୟ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ଯୋଗ ଦେବେ ।

ସେୟାର କରନ୍ତୁ

Next Post

ASO ପରୀକ୍ଷା ଅନିୟମିତତା ମାମଲା: ମେରିଟ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ...

Fri May 19 , 2023
ବାସ୍ତବ ବ୍ୟୁରୋ: ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ପରୀକ୍ଷା କରି ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଯେଉଁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା ତାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ […]

You May Like

Pin It on Pinterest