ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍…

ନବୀନ ଦାଶ(ବରଗଡ଼):-୨୧.୫:-ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍।ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍।ଟିମରେ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି।ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏଏମ୍ ଖାନଵାଲିକରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ,ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର ରହିଥିଲେ।ଏହା ସହିତ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ଅଧିକାରୀ,ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ରହିଥିବା ସୂଚନା ମିଳିଛି।ଟ୍ରିବ୍ୟୁନାଲଙ୍କ ବିଚାର ପ୍ରକ୍ରିୟାରେ ଏହି ଗସ୍ତ ଓ ତଥ୍ୟ ଗୁରୁତ୍ବପୂର୍ଣ୍ଣ ହେବ।

ପ୍ରଥମ ଦିନରେ ହୀରାକୁଦ ଡ୍ୟାମ,ବୁର୍ଲା ପାୱାର ହାଉସ ବୁଲି ସ୍ଥିତି ଅନୁଧ୍ୟାନ କରିଛି ଟିମ୍ । ଆଜି ଚିପିଲିମା ଅନୁଧ୍ୟାନ ପରେ ଅତାବିରା ପହଞ୍ଚିଥିଲେ ଟ୍ରିବ୍ୟୁନାଲ ଟିମ l ୨୩ ଯାଏଁ ଚାଲିବ ସର୍ଭେ।ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଧିଷ୍ଠ ଏହି ଟ୍ରିବ୍ୟୁନାଲ ଟିମ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟାଙ୍ଗରପାଲି କେନାଲ ଓ ହୀରାକୁଦ ଡ୍ୟାମ ତଳି ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି l

କାର୍ଯ୍ୟକ୍ରମରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ,ବରଗଡ଼ ଉପ ଜିଳାପାଳ ଲଲାଟ ଲୁହା,ପିଡ଼ି ଡି ଆର୍ ଡିଏ କେନାଲ ବିଭାଗ ଅଧିକାରୀ ତଥା ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ lତେବେ ମହାନଦୀ ଟ୍ରିବ୍ୟୁ ନାଲ,ଓଡିଶା ଛତିଶଗଡ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ କରିବାରେ କେତେ ସକ୍ଷମ ହେବେ ସେ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

ସେୟାର କରନ୍ତୁ

Next Post

୮୦୦ ତଳେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା...

Sun May 21 , 2023
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୮୦୦ ତଳେ ଓ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୫୬ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୭୫୬ ନୂତନ ଆକ୍ରାନ୍ତଙ୍କୁ ମିଶାଇ […]

You May Like

Pin It on Pinterest