ବାସ୍ତବ ବ୍ୟୁରୋ: ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର ଶେଷ ତାରିଖ ଜୁନ୍ ୨୦। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ଜୁନ ୨୮ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ।



