
ସଂଜୟ ଶତପଥୀ(କଟକ): ଶନିବାର ସନ୍ଧ୍ୟାରେ କଟକ ଟାଉନ ହଲ ଠାରେ କଟକ ମହାନଗର ବିଜୁ ଯୁବ ଜନତା ଦଳ ତଥା ବାରବାଟୀ କଟକ ଯୁବ ବିଜେଡି ତରଫରୁ କଟକ ମହାନଗର ଯୁବ ସଭାପତି ସୌମ୍ୟଦୀପ ଘୋଷ ଏବଂ ବାରବାଟୀ ଯୁବ ବିଜେଡି ସଭାପତି ସୟଦ ଜଲିଲ ଙ୍କ ନେତୃତ୍ୱ ରେ ବାରବାଟୀ କଟକ ର ୱାର୍ଡ ସ୍ତରୀୟ ବୈଠକ ଏବଂ ନୂତନ ୩୨ ଗୋଟି ୱାର୍ଡ ର ଯୁବ ସଭାପତି ନାମ ଘୋଷଣା ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେଲା।
ଅତିଥିଙ୍କ ଦ୍ୱାରା ନଗର ଯୁବ, ଜିଲ୍ଲା ଓ ରାଜ୍ୟ ଯୁବ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଦିଆଗଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟୀ ର ପୂର୍ବତନ ବିଧାୟକ କଟକ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଏବଂ ସମ୍ମାନିତ ଅତିଥି ଭାବେ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ଯୁବ ବିଜେଡି କର୍ମକର୍ତ୍ତା ମାନଙ୍କୁ ତୃଣମୂଳ ସ୍ତର ରୁ ଯେପରି ସଂଗଠନ ମଜବୁତ ହବ ସେ ସମ୍ୱନ୍ଧ ରେ ନୂତନ ନିଯୁକ୍ତ ୱାର୍ଡ ସଭାପତି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡିଶା ସରକାର ଙ୍କ ନିରାମୟ ଉପଦେଷ୍ଟା ଶ୍ରୀ ରଞ୍ଜନ ବିଶ୍ୱାଳ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ, କଟକ ସିଟି ମହିଳା ବିଜେଡି ସଭାପତି ପୁର୍ଣିମା ସିଂ, କଟକ ଜିଲ୍ଲା ଛାତ୍ର ବିଜେଡି ସଭାପତି ଆସିଫ ଅମିନ ପ୍ରମୁଖ ଯୋଗଦେଇ ବାରବାଟୀ କଟକ ରେ ସଂଗଠନ ସମ୍ୱନ୍ଧରେ ଆଲୋକପାତ କରିଥିଲେ ।ଏହି ବୈଠକରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଜଗତଜ୍ୟୋତି ପଟ୍ଟନାୟକ, ଅମରେନ୍ଦ୍ର ପ୍ରତାପ ସ୍ୱାଇଁ, ଅପର୍ଣ୍ଣା ଦାସ, ମନୋଜ ମହାନ୍ତି, ଇମ୍ରାନ ଖାଁ, ତାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସନ୍ତୋଷ ମହାପାତ୍ର, ଦେବାଶିଷ ସ୍ୱାଇଁ, ପରମିତ ଦାସ, ମେହଦୁଲ ଇସଲାମ, ବିଶ୍ଵନାଥ ଦାସ,
ଉପସ୍ଥିତ ଥିଲେ ।
ଏହି ବୈଠକ କୁ ମହାନଗର ଯୁବ ବିଜେଡି ର ବିଶ୍ୱପ୍ରକାଶ ଦାସ, ଜ୍ୟୋତିପ୍ରକାଶ ମହାନ୍ତି, ଆଶିଷ ବେହେରା, ହିମାଂଶୁ ପୃଷ୍ଟି, କାମେଶ୍ୱର ରାଓ, ପ୍ରଦୀପ ସାହୁ, ବିଶ୍ୱଭୂଷଣ ପାଣି, ସଚଲା ରଥ, ପ୍ରଦୀପ୍ତ ବେହେରା, ଫିରୋଜୁର ରେହେମନ, ସଂଜିତ ନାୟକ, ରମେଶ ସେଠୀ, ସାବିର ଆନସାର, ଆଶୁତୋଷ ମହାପାତ୍ର, ଶୁଶ୍ରୁତ ମହାନ୍ତି, ବିକ୍ରମ ଛାଟୋଇ, ପ୍ରସାଦ କୁମାର ଜେନା ମିର ମୁମତାଜ ଅଲି, ସୂର୍ଯ୍ୟକାନ୍ତ ଦାସ, ସୌମ୍ୟରଞ୍ଜନ ସାହୁ, ଅଶ୍ବିନୀ ଯାନୀ, ଚନ୍ଦନ ବେହେରା, ଅମରେଶ ତ୍ରିପାଠୀ, ପ୍ରମୁଖ ପରିଚାଳନା କରିଥିଲେ ।