ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ; ସହ‌ଯୋଗର ହାତ ବଢ଼ାଇଲେ ମମତା….

ବାସ୍ତବ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ମଧ୍ୟରେ ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଇଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରଛନ୍ତ।

ଉକ୍ତ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ତେବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଘଟଣା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆହତଙ୍କୁ ଯଥାସମ୍ଭବ ସହାୟତା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି କହିଛନ୍ତି, ଆମେ ଘଟଣାସ୍ଥଳରେ ଓଡ଼ିଶା ସରକାର ଏବଂ ଦକ୍ଷିଣ-ପୂର୍ବ ରେଳପଥକୁ ସାହାଯ୍ୟ କରିବା ପାଇଁ ୫ରୁ୬ ଜଣିଆ ଟିମ୍‌ ପଠାଇଛୁ। ବ୍ୟକ୍ତିଗତ ଭାବେ ଏହି ଘଟଣା ଉପରେ ମୁଁ ଅବଗତ ରହିଛି। ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ସଂପର୍କରେ ରହିଛି।

ଏହା ପୂର୍ବରୁ ମମତା କହିଛନ୍ତି ପଶ୍ଚିମବଙ୍ଗରୁ ଯାତ୍ରୀ ନେଇ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା ନେଇ ମୋତେ ଆଘାତ ଦେଇଛି। ଆମର ଲୋକେ ଗୁରୁତର ଏବଂ ଆହତ ହୋଇଛନ୍ତି। ଆମେ ଓଡ଼ିଶା ସରକାର ଏବଂ ଦକ୍ଷିଣ-ପୂର୍ବ ରେଳପଥଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ।

ସେୟାର କରନ୍ତୁ

Next Post

ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଶାରଳା ମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ପାଇଁ ଆଲୋଚନା....

Fri Jun 2 , 2023
ତିର୍ତ୍ତୋଲ(ବାସ୍ତବଟିଭି): ଜଗତସିଂହପୁର ର ଅଧିଷ୍ଠାତ୍ରୀ ଦେଵୀ ମା ‘ଶାରଳା ଙ୍କ ପୀଠର ଉନ୍ନତି କରଣ କାର୍ଯ୍ୟ ଚାଲୁଥିବା ବେଳେ ମନ୍ଦିରର ସ୍ୱଚ୍ଛତା ଦିଗକୁ ଦୃଷ୍ଟି ଦେବା ଉଦ୍ଦେଶ୍ୟରେ ତିର୍ତ୍ତୋଲ ବ୍ଲକ ପରିସରରେ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ଅଧକ୍ଷତାରେ ଶାରଳା ମନ୍ଦିର ନୀତିକାନ୍ତି ରେ ଶୃଙ୍ଖଳା ପାଇଁ ଆଲୋଚନା କରାଯାଇଛି। ଏହି ଅଲୋଚନରେ ତହସିଲଦାର ଅମୁଲ୍ୟ କୁମାର ସାହୁ, ଥାନା ଅଧିକାରୀ ଯୁଗଳ କିଶୋର ଦାସ, ଶାରଳା ମନ୍ଦିର […]

You May Like

Pin It on Pinterest