
କଟକ୨୧।୦୬(ନି.ପ୍ର) : ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି ।
କମିଟିର ଆବାହକ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଦ୍ଵିତୀୟ ସନ୍ଧ୍ୟାରେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଖରପୁର ଗଣ୍ଡରପୁର ମହାନଦୀ ବିହାର ପୂଜା କମିଟିର ସଭାପତି ଜୟନ୍ତ ପ୍ରଧାନ, ସମ୍ପାଦକ ବିଷ୍ଣୁ ନାୟକ, ଉପସଭାପତି ବିଚିତ୍ରାନନ୍ଦ ପଣ୍ଡା, ପେନସନର ଆସୋସିଏସନର ସଭାପତି ଶଶି ଭୂଷଣ ମହାନ୍ତି, ସମ୍ପାଦକ ରମେଶ ରାଉତ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥିଙ୍କୁ କମିଟି ତରଫରୁ ଜଗନ୍ନାଥଙ୍କ ଫଟୋ ଚିତ୍ର ଏବଂ ତୁଳସୀ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବିଖ୍ୟାତ ମାଳିକା ବିଶାରଦ ସୁକାନ୍ତ ଦାସ ମହାରାଜ ଏବଂ ବିଶିଷ୍ଟ ପ୍ରବଚକ ଇଂ ପାର୍ଥ ସାରଥି ମହାନ୍ତି ସେ ତାଙ୍କ ମୁଖରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଗଣିତ ଭକ୍ତ ବୃନ୍ଦଙ୍କୁ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ, ଶରତ ଚନ୍ଦ୍ର କୁଣ୍ଡୁ, ରବି ନାରାୟଣ ଶତପଥୀ, ରାଧାକାନ୍ତ ଶତପଥୀ, ଇନ୍ଦୁ ଦାସ, ରବୀନ୍ଦ୍ରନାଥ ତ୍ରିପାଠୀ, ପ୍ରହ୍ଲାଦ ମହାନ୍ତି, ଶରତ ଚନ୍ଦ୍ର ଦାସ, ବରଦା ପ୍ରସାଦ ନାୟକ, ପ୍ରଦୀପ୍ତ କୁମାର ମହାନ୍ତି, ସୁଜିତ୍ ମିଶ୍ର, ଲେନିନ ପ୍ରଭା, ନିରୁପମା ପତିଙ୍କ ସମେତ ବହୁ କର୍ମକର୍ତା ଓ ଭକ୍ତ ବୃନ୍ଦ ଉପସ୍ଥିତ ଥିବା ବେଳେ ଶରତ ଚନ୍ଦ୍ର କୁଣ୍ଡୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।



