ଆଜି ବାହାରିବ ଆଡ଼ପ ଅବଢ଼ା

ବାସ୍ତବ ବ୍ୟୁରୋ: ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର।

ତେବେ ଆଜି ବାହାରିବ ଆଡ଼ପ ଅବଢ଼ା। ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଆସି ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ କରିପାରିବେ ଓ ଅବଢ଼ା ଖାଇ ସ୍ୱଗୃହକୁ ଫେରିପାରିବେ ସେଥିନିମନ୍ତେ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ।  କାଲି ହେରାପଞ୍ଚମୀ ନୀତି ଥିବାରୁ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ହେବ ।

ସେୟାର କରନ୍ତୁ

Next Post

କଟକରେ କର୍ପୋରେଟର ଙ୍କ ଅଭିନନ୍ଦନୀୟ ପଦକ୍ଷେପ:- ଭୂତ-ଭତ୍ତା ଟଙ୍କା ହଡ଼ପ ଚିହ୍ନଟ ପ୍ରକ୍ରିୟାର ଶୁଭାରମ୍ଭ....

Fri Jun 23 , 2023
ସଂଜୟ ଶତପଥୀ(କଟକ): କଟକ ର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ସଭାଗୃହରେ କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡର କର୍ପୋରେଟର ଶ୍ରୀ ଅଶୋକ ଶର୍ମା ଓ କଟକ ମହାନଗର ନିଗମର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଗତ ବହୁତ ଦିନ ଧରି ମହାନଗର ନିଗମ ଦ୍ବାରା ଉପେକ୍ଷିତ ପ୍ରକୃତ ହିତାଧିକାରୀମାନଙ୍କୁ ଭତ୍ତା ସମ୍ବଦ୍ଧୀୟ କାଗଜପତ୍ର ଓ ଭତ୍ତା ପୁସ୍ତକ ବଣ୍ଟନ କରାଯାଇଛି। ବିଗତ ଦିନରେ କଟକ ମହାନଗର ନିଗମରେ ଭୂତ […]

You May Like

Pin It on Pinterest