
ସଂଜୟ ଶତପଥୀ(କଟକ)ତା୫।୭ : ଆଜିର ଆଧୁନିକ ସମାଜରେ ମଣିଷର ହାତ ପାହାନ୍ତାରେ ସବୁ ସୁଖ ସୁବିଧା ଥାଇ ମଧ୍ୟ ସେ ବେଳେ ବେଳେ ନିଜକୁ ଏକୁଟିଆ ମନେକରୁଛି । ମଣିଷ ହୋଇ ମଧ୍ୟ ମଣିଷ ସାଙ୍ଗରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ । ସଦା ସର୍ବଦା ଆଧୁନିକ କଥା କୁହା ଯନ୍ତ୍ର ମୋବାଇଲରେ ମଜିରହୁଛି । ଯାହା ଫଳରେ ସେ ତାର ସୁଖ ଆଉ ଦୁଃଖକୁ କାହା ସହିତ ବାଣ୍ଟିପାରୁ ନାହିଁ। ଫଳରେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟାକୁ ଶେଷରେ ଆପଣେଇ ନେଉଛି ।
ଆଜିର ମଣିଷ ଭିତରେ ଏହି ଆତ୍ମହତ୍ୟା ପ୍ରବଣତାକୁ ବାହାର କରିବା ପାଇଁ ୪୭ନଂ ୱାର୍ଡ ଗଣ୍ଡରପୁର ଏଲଆରଡିଏଭି ସ୍କୁଲର ଛାତ୍ର ସାଇ ସୌରଭ ଜେନା ଗଢ଼ିଛନ୍ତି ‘ଭିଜନ ଟ୍ରଷ୍ଟ’ ନାମକ ଏକ ସଚେତନତା ଅନୁଷ୍ଠାନ । ନିଜର ସାଙ୍ଗସାଥିଙ୍କୁ ଧରି ଆଜି ମହାନଦୀ ବିହାର ମଙ୍ଗଳା ଛକରୁ ଏକ ମହମବତୀ ଶୋଭାଯାତ୍ରା କରି ସ୍ଥାନୀୟ ଯୁବପିଢିଙ୍କୁ ସଚେତନତା କରାଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ଏମଡିଏର ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ ଏବଂ ଫାଣ୍ଡି ଅଧିକାରୀ ମହେଶ୍ୱର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କର ଏଭଳି ଭିନ୍ନ ପ୍ରୟାସକୁ ପ୍ରଶଂସା କରିଥିଲେ ।

ଏହି ଶୋଭାଯାତ୍ରାରେ ଦେଶରାଜ ନନ୍ଦ, ସୌମ୍ୟରଂଜନ ମହାପାତ୍ର, ଦୁର୍ଗା ମାଧବ, ଆହୁଆନ ମିଶ୍ର ଅଭିଷେକ ପ୍ରଧାନ, ବି ଚେତନ, ଗୌତମ ରାଉତ, ନିରଞ୍ଜନ ବେହେରାଙ୍କ ସମେତ ବହୁ ଯୁବାବର୍ଗ ଉପସ୍ଥିତ ଥିଲେ ।