ଭାରତୀୟ ଜନ ସଙ୍ଘ ପ୍ରତିଷ୍ଠାତା ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ଜୟନ୍ତୀ ପାଳିତ…

କଟକ (ନି.ପ୍ର): ତ ଜୁଲାଇ ୬ ତାରିଖ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି କଟକ ନଗର ଶାଖା ତରଫରୁ ବିଶିଷ୍ଟ ଦେଶ ଭକ୍ତ ଭାରତୀୟ ଜନ ସଙ୍ଘ ପ୍ରତିଷ୍ଠାତା ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ଜୟନ୍ତୀ ବଙ୍ଗାଳିସାହି ସ୍ଥିତ ମା ସାରଳା ଭବନରେ ପାଳିତ ହୋଇଯାଇଛି ।

କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ସଭାପତିତ୍ବ ରେ ହୋଇଥିବା ଏହି ସଭାରେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସମାଜସେବୀ ଶ୍ରୀ ସୁନୀଲ ପଦ ଗୋସ୍ୱାମୀ ଯୋଗଦେଇ ତତ୍କାଳିନ ବିପରୀତ ପରିସ୍ଥିତିରେ ବାଲ୍ୟ କାଳୁ ଭାରତର ଅଖଣ୍ଡତା ପାଇଁ କରି ଶେଷରେ କାଶ୍ମିରରେ ରହସ୍ୟ ଜନକ ଭାବେ ଶହୀଦ ହୋଇଥିଲେ, ବିସ୍ତୃତ ଭାବେ କହିଥିଲେ । ତାଙ୍କ ବଳିଦାନ ଆମେ ସଦା ସ୍ମରଣ କରି ଦେଶକୁ ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ ବୋଲି ସଭାପତି ଶ୍ରୀ ବଡୁ କହିଥିଲେ ।

ସଭା ପରିଚାଳନା ବରିଷ୍ଠ ଅଧିବକ୍ତା ତଥା ଲିଗାଲ ସେଲ ରାଜ୍ୟ କମିଟି ସଂଯୋଜକ ଶ୍ରୀ ମିଲନ ବଡୁ.ଏଥିରେ ସର୍ବଶ୍ରୀ ଦେବାନନ୍ଦ ସିଂ, ପ୍ରବୀଣା ମହାପାତ୍ର, ମହମଦ ସବିର, ଶ୍ୟାମସୁନ୍ଦର ସାହୁ, ଅଳକା ମହାନ୍ତି, ଶରତ ଭୋଳ, କଲ୍ୟାଣୀ ମହଲା, ବ୍ରହ୍ମାନନ୍ଦ ବେହେରା, ସତ୍ୟଜିତ ମହଲା,ବିଶ୍ୱଜିତ ପ୍ରଧାନ,ପୂର୍ଣଚନ୍ଦ୍ର ଛାଟୋଇ, ଭୁବନାନନ୍ଦ ମହାନ୍ତି, ରାଧାଶ୍ୟାମ ବେହେରା,ଦୁଷ୍ମନ୍ତ ଦତ୍ତ ପ୍ରମୁଖ କାର୍ଯ୍ୟଜର୍ତ୍ତା ଉପସ୍ଥିତ ଥିଲେ.ଧନ୍ୟବାଦ ଦେଇଥିଲେ ଜିଲ୍ଲା ମିଡ଼ିଆ ସଂଯୋଜକ ସୁବାଷ ମହାନ୍ତି ।

ସେୟାର କରନ୍ତୁ

Next Post

ରେଳ ଲାଇନକୁ ମାଡ଼ିଗଲା ବସ୍: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

Sat Jul 8 , 2023
ବାସ୍ତବ ବ୍ୟୁରୋ: ସମ୍ବଲପୁରସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲୱେ ଟ୍ରାକ୍‌ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌। ବସ୍‌ ଧକ୍କାରେ ରେଲୱେ ଟ୍ରାକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ତେବେ ଏହି ଦୁର୍ଘଟଣାରେ ବସ୍‌ ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି।  ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଭୁବନେଶ୍ବରରୁ ବରଗଡ଼ ଆସୁଥିବା ନଡ଼ିଆରାଣୀ ବସ୍ ଭାରସାମ୍ୟ ହରାଇ ସମ୍ବଲପୁରସ୍ଥିତ […]

You May Like

Pin It on Pinterest