ରେଳ ଲାଇନକୁ ମାଡ଼ିଗଲା ବସ୍: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ବାସ୍ତବ ବ୍ୟୁରୋ: ସମ୍ବଲପୁରସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲୱେ ଟ୍ରାକ୍‌ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌। ବସ୍‌ ଧକ୍କାରେ ରେଲୱେ ଟ୍ରାକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ତେବେ ଏହି ଦୁର୍ଘଟଣାରେ ବସ୍‌ ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି। 

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଭୁବନେଶ୍ବରରୁ ବରଗଡ଼ ଆସୁଥିବା ନଡ଼ିଆରାଣୀ ବସ୍ ଭାରସାମ୍ୟ ହରାଇ ସମ୍ବଲପୁରସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଳ ଲାଇନକୁ ମାଡ଼ିଯାଇଥିଲା। ୧୦ ସେକେଣ୍ଡ ପୂର୍ବରୁ ସେହି ଲାଇନରେ ଏକ ମାଲବାହୀ ଟ୍ରେନ୍ ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ବସ୍। ଯଦି ବସଟି ଟିକିଏ ବିଳମ୍ବରେ ରେଳଲାଇନରେ ପିଟି ହୋଇଥାଆନ୍ତା ତେବେ ବଡ଼ ଅଘଟଣ ଘଟିଥାଆନ୍ତା।

ଦୁର୍ଘଟଣା ପରେ ଟ୍ରେନ ଲାଇନ ନିକଟରେ ବସଟି ପଡ଼ିଥିଲା। ଏହି କାରଣରୁ ଟ୍ରେନଗୁଡ଼ିକ ଅନ୍ୟ ଟ୍ରାକରେ ଚଳାଚଳ କରୁଥିଲା। କ୍ରେନ୍ ଜରିଆରେ ବସଟି ହଟାଯିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଟ୍ରାକ ଉପରକୁ ସମ୍ପୂର୍ଣ୍ଣ ଭାବେ ମାଡ଼ିନଥିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି। ଘଟଣାସ୍ଥଳରେ ରେଳ କର୍ମଚାରୀ ଓ କ୍ଷେତରାଜପୁର ପୁଲିସ ପହଞ୍ଚି ବସ୍କୁ ଟ୍ରାକରୁ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବସଟି ଦ୍ରୁତଗତିରେ ଆସୁଥିବା ହେତୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

ସେୟାର କରନ୍ତୁ

Next Post

ଦରଦାମ୍ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା; ଶସ୍ତାରେ ପରିବା ବିକିଲା ଛାତ୍ର କଂଗ୍ରେସ

Sun Jul 9 , 2023
ବାସ୍ତବ ବ୍ୟୁରୋ: ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଶସ୍ତାରେ ପରିବା ବିକ୍ରି କରାଯାଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଘର ଗେଟ୍ ଆଗରେ ପରିବା ବିକ୍ରି କରିଛି ଛାତ୍ର କଂଗ୍ରେସ। ପରିବା ଦର ବର୍ତ୍ତମାନ ଆକାଶଛୁଆଁ ହୋଇଛି । ଅଧିକାଂଶ ପରିବାର ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି । ତେବେ ଛାତ୍ର କଂଗ୍ରେସ ଆଜି ଏହାର ପ୍ରତିବାଦ କରିଛି । ଟମାଟୋ କିଲୋପିଛା ୫୦ ଟଙ୍କା, […]

You May Like

Pin It on Pinterest