ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ବାସ୍ତବ ବ୍ୟୁରୋ: ମୌସୁମୀ ନିମ୍ନ ଚାପ ରେଖା ଆଜି (ସୋମବାର) ରାଜସ୍ଥାନର ବିକେନାରରୁ ବାହାରି, ଉତ୍ତର-ପୂର୍ବ ରାଜସ୍ଥାନ ଉପରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଲକ୍ଷ୍ନୌ, ବିହାରର ପାଟନାରୁ ପୂର୍ବଦିଗରେ ମଣିପୁର ଯାଏଁ ଲମ୍ବିଛି। ଏହା ବାୟୁମଣ୍ଡଳରେ ୩.୧ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୧ ଜୁଲାଇ, ମଙ୍ଗଳବାର ଅପରାହ୍ନ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି, ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।

ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଏହି ସମୟ ମଧ୍ୟରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ଆଂଶିକ ମେଘାଛନ୍ନ ରହିବା ସହ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

ସେୟାର କରନ୍ତୁ

Next Post

ବିରାଟ କୋହଲି ଙ୍କ ନୂଆ ରେକର୍ଡ

Mon Jul 10 , 2023
ବାସ୍ତବ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। କିନ୍ତୁ ତାଙ୍କ ଲୋକପ୍ରିୟତା କମିନାହିଁ। ‌ସୋସିଆଲ ମିଡିଆରେ ଏବେ ବି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଥିବା ସହ ଲୋକେ ତାଙ୍କ ବିଷୟରେ ଜାଣିବା ପାଇଁ ଉଇକିପିଡିଆରେ ସର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଭଲ ପ୍ରଦର୍ଶନ ନକରି ବି ଉଇକିପିଡ଼ିଆ ପୃଷ୍ଠାରେ କୋହଲି ବାକି ଖେଳାଳିଙ୍କୁ […]

You May Like

Pin It on Pinterest