କଟକ ମହାନଗର ନିଗମ ୨୧ ନମ୍ବର ଓ୍ବାର୍ଡ ର କର୍ପୋରେଟର କାର୍ଯ୍ୟାଳୟ ଉଦଘାଟିତ…

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡ ର କର୍ପୋରେଟର କାର୍ଯ୍ୟାଳୟ ସ୍ଥାନୀୟ ଟାଉନ୍ ହଲ୍ ରୋଡ଼ ଠାରେ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜୁଜନତା ଦଳ ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତରାୟ ଯୋଗଦେଇ ପଣ୍ଡିତଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ରିବନ୍ କାଟି ନୂତନ କାର୍ଯ୍ୟାଳୟ ର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।୨୧ ନମ୍ବର ଓ୍ବାର୍ଡ କର୍ପୋରେଟର ଶ୍ରୀ ଅଶୋକ ଶର୍ମା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ନରେନ୍ଦ୍ର ବେହେରା, ଶ୍ରୀ ପ୍ରଶାନ୍ତ କୁମାର ନାୟକ ଓ ସ୍ଥାନୀୟ ବହୁ ବିଜୁଜନତା ଦଳର କର୍ମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଓ୍ବାର୍ଡ ର ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାଳୟ ର ଆବଶ୍ୟକତା ଥିଲା ଏବଂ ଏହାଦ୍ଵାରା ଜନସାଧାରଣ ଉପକୃତ ହେବେ ବୋଲି ମତ ରଖିଥିଲେ।

ସେୟାର କରନ୍ତୁ

Next Post

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

Thu Jul 13 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୨୬ ତାରିଖରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉତ୍ସବର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ପରେ ନେତାଜୀ ମ୍ୟୁଜିୟମ ବୁଲି ଯିବା ସହ କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୨୭ ତାରିଖରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ […]

You May Like

Pin It on Pinterest