ସରକାରଙ୍କ ଦୃଢ ନିଷ୍ପତି…ସଟ୍ ଡାଉନ୍ ରେ ବାଲେଶ୍ୱର, ଭଦ୍ରକ, ଯାଜପୁର

ବାସ୍ତବ ବ୍ୟୁରୋ-ସଟ୍ ଡାଉନ୍ ହେଲା ରାଜ୍ୟର ତିନି ଜିଲ୍ଲା-ବାଲେଶ୍ୱର, ଭଦ୍ରକ, ଯାଜପୁର । ଏହି ତିନି ଜିଲ୍ଲା ସଟ୍ ଡାଉନ୍ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଅର୍ଥାତ୍ ପରବର୍ତ୍ତୀ ୬୦ ଘଣ୍ଟା ଯାଏଁ ସଟ୍ ଡ଼ାଉନ୍ ହେବ । ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଏହିପରି ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ୩ଟି ଜିଲ୍ଲାରୁ ୩୩ କରୋନା ପଜିଟିଭ୍ କେସ୍ ଆସିଛି ।

ତେବେ ରାଜଧାନୀ ଭୁବନେଶ୍ୱର ଭଳି ସଟ୍ ଡାଉନ୍ ହେବ ଏହି ୩ ଜିଲ୍ଲା । ଏହି ସଟ୍ ଡାଉନ୍ ସମୟରେ ଜରୁରୀକାଳୀନ ସେବା ଯଥା ମେଡିକାଲ କାମ ଛଡା ଆଉ ଅନ୍ୟ କୌଣସି କାମରେ କେହି ବାହାରକୁ ବାହାରି ପାରିବେନି । କିଛି ଔଷଧ ଦୋକାନ ଖୋଲା ରହିବା ଛଡା ଆଉ ସମସ୍ତ ଦୋକାନ ଆଉ କାର୍ଯ୍ୟକ୍ରମ ବନ୍ଦ ରହିବ । ତେବେ ଏହି ସଟ୍ ଡାଉନ୍ ଏକ ପ୍ରକାର କର୍ଫ୍ୟୁ ଭଳି । ଏହି ସମୟରେ ସମସ୍ତ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିବ । ସଟ୍ ଡାଉନ୍ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ, ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯିବ । ତେବେ ସବୁ ସରପଞ୍ଚମାନଙ୍କୁ କୁହାଯାଇଛି ନିଜ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଖୋଜିବାକୁ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସ୍ୱଇଚ୍ଛାରେ ଆସି ତଥ୍ୟ ଦେବାକୁ ସରକାର ଆହ୍ୱାନ ଦେଇଛନ୍ତି । ଯଦି କେହି ନଆସନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ୮୯ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୫୫ଜଣ ରାଜ୍ୟରେ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Apr 24 , 2020
୧-ମଣିଷ ଦେହରେ ଟୀକା ପରୀକ୍ଷା । କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବିଟ୍ରେନ୍ , ଅକ୍ସଫୋର୍ଡ ୟୁନିଭରସିଟିର ପରୀକ୍ଷଣ ସଫଳ ହେଲେ ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରିବ ୧୦ ଲକ୍ଷ ଡୋଜ୍ । ୨-ବଦଳିଲା ବ୍ୟାଙ୍କ ସମୟ; ସକାଳ ୮ରୁ ଅପରାହ୍ନ ୨ଟା,ଭୁବନେଶ୍ବର, କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟରେ ବାଦ୍। ୩-ବର୍ଦ୍ଧିିତ ମହଙ୍ଗା ଭତ୍ତା ବାତିଲ୍ : କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ […]

You May Like

Pin It on Pinterest